30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମୁମ୍ବାଇର ଗଣେଶ ମଣ୍ଡପ ପାଇଁ ୩୧୬ କୋଟିର ବୀମା

ମୁମ୍ବାଇର ଗଣେଶ ମଣ୍ଡପ ପାଇଁ ୩୧୬ କୋଟିର ବୀମା

ମୁମ୍ବାଇ: ଆସନ୍ତା ୩୧ରେ ପବିତ୍ର ଗଣେଶ ପୂଜା ପାଳନ କରାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପୂଜା ଧୁମଧାମରେ ପାଳିତ ହେଉଥିବାବେଳେ ମହାରାଷ୍ଟ୍ରରେ କିନ୍ତୁ ଏହାର ସ୍ୱତନ୍ତ୍ରତା ରହିଛି । ଚଳିତବର୍ଷ ମୁମ୍ବାଇର କିଙ୍ଗ୍‌ସ ସର୍କଲରେ ଥିବା ‘ଜିଏସ୍‌ବି ଗଣେଶ ମଣ୍ଡଳ’ ପକ୍ଷରୁ ଗଣେଷ ମଣ୍ଡପକୁ ୩୧୬ କୋଟି ଟଙ୍କାରେ ବୀମା କରାଯାଇଥିବା ଜଣାପଡିଛି । ଗଣେଶଙ୍କ ମୂର୍ତ୍ତି, ଅଳଙ୍କାର ଏବଂ ମଣ୍ଡପ ପରିଦର୍ଶନ କରିବାକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ବୀମାଭୁକ୍ତ କରାଯାଇଛି ।

କୌଣସି ମଣ୍ଡଳ ପକ୍ଷରୁ ଏତେ ପରିମାଣର ବୀମା କରାଯିବାରେ ଏହା ସର୍ବାଧିକ ବୋଲି କୁହାଯାଇଛି । ଅଳଙ୍କାର ବାବଦରେ ୩୧.୯୭ କୋଟି ଏବଂ ଭକ୍ତଙ୍କ ପାଇଁ ୨୬୩ କୋଟି ବୀମାର ବ୍ୟବସ୍ଥା କରାଯାଇଥିବାବେଳେ ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ୨୧ କୋଟିର ବୀମା ବ୍ୟବସ୍ଥା କରାଯାଇଛି । ଜିଏସ୍‌ବି ଗଣେଶ ମଣ୍ଡଳ ଆଜକୁ ୬୮ ବର୍ଷ ଧରି ମହାସମାରୋହରେ ଗଣେଶ ପୂଜା ଆୟୋଜନ କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking