29.1 C
Bhubaneswar
Saturday, April 27, 2024
Homeଓଡିଶାଅପରାଧୀକୁ ଥାନାକୁ ଆଣି ଫସିଲା ପୁଲିସ୍‌, ପୁରୀ କୁମାରପଡ଼ା ଥାନାର ସବୁ ପୁଲିସ ଗଲେ କ୍ୱାରେଣ୍ଟାଇନ୍‌

ଅପରାଧୀକୁ ଥାନାକୁ ଆଣି ଫସିଲା ପୁଲିସ୍‌, ପୁରୀ କୁମାରପଡ଼ା ଥାନାର ସବୁ ପୁଲିସ ଗଲେ କ୍ୱାରେଣ୍ଟାଇନ୍‌

ଭୁବନେଶ୍ୱର : ପୁରୀ କୁମାରପଡ଼ା ଥାନା ପୁଲିସ ଜଣେ ଅପରାଧୀଙ୍କୁ ଧରି ହରଣାଘଣାରେ ପଡ଼ିଛନ୍ତି । ସଂପୃକ୍ତ ଅପରାଧୀ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଥାନା ଆଇଆଇସି ଓ ୩୦ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାନ୍ ସେଣ୍ଟରକୁ ପଠାଯାଇଛି । ଆସନ୍ତା କାଲି ସମସ୍ତଙ୍କର ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ଏଥିନେଇ କୁମାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧନ କରାଯାଇଛି ।
ଫଳରେ ଏବେ ପୁଲିସ କୌଣସି ଅପରାଧିକୁ ଗିରଫ କରିବାକୁ ଯିବା ପୂର୍ବରୁ ଶହେ ଥର ଭାବିବ । ଥାନା ପରିସରକୁ କୌଣସି ଅପରାଧିକୁ ଆଣିବାକୁ ନିଜେ ଡ଼ିରିବ । କୁମାରପଡ଼ା ଥାନାର ଅଧିକାରୀ ଓ ସମସ୍ତ ପୁଲିସଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌କୁ ପଠାଯିବା ପରେ ପୁରୀ ସହରରେ ପୁଲିସ ଅଧିକାରି ଓ କର୍ମଚାରୀଙ୍କ ମଧ୍ୟରେ ଏବେ ଆତଙ୍କର ବାତାବରଣ ଖେଳିଯାଇଛି । ପୁରୀ ଆଉ ଗ୍ରୀନ୍ ଜୋନ୍ ହୋଇ ରହିନାହିଁ । ଏବେ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁରୀ ଜିଲ୍ଲାରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଂଚିଛି । ପୂର୍ବରୁ ପ୍ରଥମେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଘୋଷଣା କରାଯାଇଥିଲା । ଏହାକୁ ଦର୍ଶାଇ ରଥ ନିର୍ମାଣ କାମ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ହେଲେ ଏବେ ଜିଲ୍ଲା ରେଡ୍ ଜୋନ୍‌କୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking