27.1 C
Bhubaneswar
Thursday, April 25, 2024
Homeଓଡିଶାସରପଞ୍ଚଙ୍କୁ ଘେରି ବାନ୍ଧିଲେ ମହିଳା,ଉଦ୍ଧାର କଲା ପୁଲିସ

ସରପଞ୍ଚଙ୍କୁ ଘେରି ବାନ୍ଧିଲେ ମହିଳା,ଉଦ୍ଧାର କଲା ପୁଲିସ

ମୟୂରଭଞ୍ଜ( ଘାସିରାମ ବେହେରା) : ବୈଶିଙ୍ଗା ଥାନା ଅଧୀନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନୂଆକରି ଜିଲ୍ଲାପାଳ ଦାୟିତ୍ବ ତୁଲାଉଥିବା ପଞ୍ଚାୟତ ସରପଞ୍ଚ ଆକ୍ରମଣର ଶିକାର। ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ଗ୍ରାମ ପଂଚାୟତର ରାଇକମା ଗ୍ରାମରେ ଉତ୍ୟକ୍ତ ଲୋକେ ସଙ୍ଗରୋଧକୁ କେନ୍ଦ୍ରକରି ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମକୁ କିଛି ମହିଳା ବାନ୍ଧିବାକୁ ଉଦ୍ୟମ କରିଥିଲେ ଓ ତାଙ୍କୁ ଦୀର୍ଘସମୟ ଅଟକ ରଖିଥିଲେ । ଖବରପାଇ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସରପଞ୍ଚଙ୍କୁ ମୁକୁଳେଇ ଥିଲା ।
ତେବେ ମିଳୁଥିବା ସୂଚନା ଅନୁଯାୟୀ ଗତକାଲି ଉକ୍ତ ଗ୍ରାମର ଜଣେ ଗୁଜରାଟ ଫେରନ୍ତା ଯୁବକ ଆସିଥିବାରୁ ଏ ବାବଦରେ ସରପଞ୍ଚଙ୍କୁ ଖବର ଦେବା ପରେ ମଧ୍ୟ କୌଣସି କଥା ଶୁଣିନଥିଲେ । ତେବେ ପ୍ରବାସୀଜଣଙ୍କୁ ତାଙ୍କ ଭାଇ ଏକ ଦୁଇଚକିଆ ଗାଡ଼ିରେ ନେଇ ସ୍ଥାନୀୟ ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ । କିନ୍ତୁ ତାଙ୍କ ଭାଇ ଗୁଜୁରାଟ ଫେରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ରହିବା ଉଚିତ ବୋଲି ସ୍ଥାନୀୟ ଆଶା ,ୱାର୍ଡ ମେମ୍ବର ସରପଞ୍ଚକୁ ଜଣାଇଥିଲେ। କିନ୍ତୁ ସରପଞ୍ଚ ଏହାକୁ ଗୁରୁତ୍ୱ ଦେଇନଥିବାର ଅଭିଯୋଗ କରିଥିଲେ ଗ୍ରାମବାସୀ। ଦୁଇଦିନ ପୁର୍ବରୁ ଏହି କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣେବ୍ୟକ୍ତି ଆତ୍ମହତ୍ୟା କରିଥିଲେ ମଧ୍ୟ ତାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।  ତେବେ ଆଜି ସରପଞ୍ଚ ଉକ୍ତ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ସହ ଉକ୍ତ ସମସ୍ତ ଘଟଣାକୁ ନେଇ ସରପଞ୍ଚଙ୍କ ଯୁକିତର୍କ ହୋଇଥିଲା। ଆଉ ଉତ୍ୟକ୍ତ ଗ୍ରାମବସୀ ଏବଂ ମହିଳାମାନେ ସରପଞ୍ଚଙ୍କୁ ଆକ୍ରମଣ କରିବା ସହିତ ରାଶି ଆଣି ତାଙ୍କ ଅଂଟାରେ ଗୁଡ଼ାଇ ବାନ୍ଧିବାକୁ ଉଦ୍ୟମ କରିଥିଲେ | ମହିଳାମାନେ ଘେରାଉ କରି ଅଟକ ରଖିବା ଫଳରେ ସେ ଆଉ ଯାଇପାରିନଥିଲେ । ଖବର ପାଇ ପୁଲିସ ପହଁଚି ଉଦ୍ଧାର କରିଥିଲା | ଗୋଟେପଟେ ମୂଖ୍ୟମନ୍ତ୍ରୀ ପଞ୍ଚାୟତ ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ପ୍ରବାସୀଙ୍କ ଦାୟିତ୍ୱ ଦେଇଥିବା ବେଳେ ତାହା ବାସ୍ତବରେ କେତେ କାର୍ଯକାରୀ ହେଉଛି ଏହାହିଁ ତାର ଜଳନ୍ତ ଉଦାହରଣ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking