26.1 C
Bhubaneswar
Wednesday, May 8, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧପଶ୍ଚିମ ଦେଶଙ୍କୁ ପୁଟିନ୍‌ଙ୍କ ଚ୍ୟାଲେଞ୍ଜ୍ : ଖାର୍କିଭ୍‌ରେ ରୁଷ୍ ଏୟାର୍ ଷ୍ଟ୍ରାଇକ୍‌ରେ ୩ ମୃତ

ପଶ୍ଚିମ ଦେଶଙ୍କୁ ପୁଟିନ୍‌ଙ୍କ ଚ୍ୟାଲେଞ୍ଜ୍ : ଖାର୍କିଭ୍‌ରେ ରୁଷ୍ ଏୟାର୍ ଷ୍ଟ୍ରାଇକ୍‌ରେ ୩ ମୃତ

କିଏଭ୍‌/ମସ୍କୋ : ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଚାରିମାସରୁ ଊର୍ଦ୍ଧ୍ୱ ସମୟ ହୋଇଥିବା ବେଳେ ଏବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପଶ୍ଚିମ ଦେଶଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି । ପୁଟିନ୍ କହିଛନ୍ତି, ଯଦି ପଶ୍ଚିମ ଦେଶ ୟୁକ୍ରେନ୍‌ର ସାଥ୍ ଦେବାକୁ ଚାହୁଁଛନ୍ତି, ତେବେ ଆମ ବିରୋଧରେ ଯୁଦ୍ଧରେ ସାମିଲ ହୋଇଯାଆନ୍ତୁ । ଅବଶ୍ୟ ୟୁକ୍ରେନ୍ ବିପକ୍ଷରେ ଫେବୃଆରୀ ୨୪ରୁ ଜାରି ଆକ୍ରମଣକୁ ପୁଟିନ୍ ମିଲିଟାରୀ ଅପରେସନ୍ କହିଆସୁଛନ୍ତି । ସେ କହିଛନ୍ତି, ପ୍ରକୃତ ଆକ୍ରମଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ପଶ୍ଚିମ ଦେଶ ବିରୋଧରେ ଅସନ୍ତୋଷ ପ୍ରକାଶ କରି ପୁଟିନ୍ କହିଛନ୍ତି, ରୁଷ୍ ଉପରେ ଲାଗୁ କଟକଣା କାରଣରୁ ୟୁକ୍ରେନ୍ ସହ ଶାନ୍ତି ଆଲୋଚନା କରିବା କଷ୍ଟକର ହୋଇପଡ଼ୁଛି । ପୁଟିନ୍ ୟୁକ୍ରେନ୍ ନାଗରିକଙ୍କ ପ୍ରତି ନିଜର ସମ୍ବେଦନା ମଧ୍ୟ ଜାହିର କରିଛନ୍ତି ।

ସେ କହିଛନ୍ତି, ପଶ୍ଚିମୀ ଦେଶ ସ୍ୱୟଂ ଯୁଦ୍ଧରେ ସାମିଲ ନହୋଇ ୟୁକ୍ରେନ୍‌ର ଲୋକଙ୍କୁ ଲଢ଼େଇ ପାଇଁ ଆଗକୁ ଠେଲି ଦେଇଛନ୍ତି । ସେ ଶାନ୍ତି କାଏମ ପ୍ରତି ମଧ୍ୟ ସଙ୍କେତ ଦେଇଛନ୍ତି । ଏହା ସହିତ ପଶ୍ଚିମ ଦେଶଗୁଡ଼ିକ ଚେତାବନୀ ମଧ୍ୟ ଶୁଣାଇଛନ୍ତି । ସେ କହିଛନ୍ତି, ଆମେ ଶାନ୍ତିର ବିରୋଧୀ ନୋହୁଁ, ମାତ୍ର ପଶ୍ଚିମୀ ଦେଶର ଦଖଲ ଯେତିକି ବୃଦ୍ଧି ପାଇବ ଶାନ୍ତି କାଏମ କରିବା ସେତିକି କଷ୍ଟକର ହେବ । ଅନ୍ୟପକ୍ଷରେ ରୁଷ୍ ସେନା ଖାର୍କିଭ୍ ଏବଂ ଡୋନବାସର ବହୁ ଅଞ୍ଚଳ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଖାର୍କିଭ୍ ଆକ୍ରମଣରେ ରୁଷ୍ ପକ୍ଷରୁ ମଲ୍ଟିପଲ୍ ରକେଟ୍ ଲଞ୍ଚର୍ ବ୍ୟବହାର କରାଯାଇଥିଲା । ଖାର୍କିଭ ଗଭର୍ଣ୍ଣର୍ କହିଛନ୍ତି, କ୍ଷୟକ୍ଷତିର ପ୍ରାଥମିକ ସୂଚନା ଆମ ପାଖରେ ନଥିବା ବେଳେ ଏହା ଅଧିକ ହୋଇଛି । ରୁଷ୍ ଆକ୍ରମଣରେ ବହୁ ଘର ଏବଂ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking