30.1 C
Bhubaneswar
Monday, May 20, 2024
Homeଓଡିଶାଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ଆରମ୍ଭ

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଆଜି ଚତୁର୍ଦ୍ଧା ମୁରତି ନବଦିନାତ୍ମକ ଯାତ୍ରା ସାରି ଶ୍ରିମନ୍ଦିର ବାହୁଡିବେ । ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି । ଜନ୍ମବେଦୀରୁ ବିଦାୟ ସମୟରେ ଶୀଜିଉମାନଙ୍କ ପହଣ୍ଡିବିଜେ ନୀତି ଆରମ୍ଭ ହୋଇଯାଇଛି । ସୁସଜ୍ଜିତ ସୁନ୍ଦର ଟାହିଆ ପିନ୍ଧି ମହାପ୍ରଭୁ ନାକଚଣା ଦ୍ୱାର ଦେଇ ଶରଧା ବାଲିକୁ ଆସୁଛନ୍ତି । ଶେଷରେ ନନ୍ଦିଘୋଷ ରଥରେ ପହଣ୍ଡିବିଜେ କରିବେ ଜଗତର ନାଥ ଶ୍ରୀ ଜଗନ୍ନାଥ ।

ବଡ଼ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ପହଣ୍ଡିବିଜେ ନୀତି ସମ୍ପନ୍ନ ହୋଇଛି । ସେହିପରି ଦର୍ପଦଳନରେ ଶ୍ରୀସୁଦର୍ଶନଙ୍କର ଉପବେଶନ ନୀତିକାନ୍ତି ଶେଷ ହୋଇଛି । ବାହୁଡ଼ା ଯାତ୍ରା ପାଇଁ ଭୋରୁ ୪ଟା ସମୟରେ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡ଼ିବେ ବଡ଼ଠାକୁର । ରଥାରୁଢ ହେବାପରେ ରଥଟଣା ନୀତି ଆରମ୍ଭ ହେବ । ତିନି ଠାକୁର ରଥାରୁଢ ହେବା ପରେ ପୋଡ଼ପିଠା ଭୋଗ ଲାଗିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking