30.1 C
Bhubaneswar
Saturday, May 4, 2024
Homeଅପରାଧମିଳିଲା ଟିଫିନ ବୋମା, ବଢ଼ୁଛି ପାକିସ୍ତାନର ଡ୍ରୋନ୍ ଅନୁପ୍ରବେଶ

ମିଳିଲା ଟିଫିନ ବୋମା, ବଢ଼ୁଛି ପାକିସ୍ତାନର ଡ୍ରୋନ୍ ଅନୁପ୍ରବେଶ

ଚଣ୍ଡିଗଡ଼ : ପାକିସ୍ତାନପଟୁ ଡ୍ରୋନ ଅନୁପ୍ରବେଶ ବଢିଚାଲିଛି । ଗତ କିଛି ସପ୍ତାହ ହେଲା ପାକିସ୍ତାନୀ ଡ୍ରୋନଗୁଡ଼ିକ ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ କରୁଥିବାବେଳେ ଏବେ ପଞ୍ଜାବରେ ବି ଅନୁପ୍ରବେଶ ଆରମ୍ଭ କରିଦେଇଛନ୍ତି । ଏହା ଫଳରେ ସୁରକ୍ଷା ବାହିନୀର ଚିନ୍ତା ବଢିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅମୃତସରର ଡାଲେକ୍ ଗାଁରେ ଏକ ଟିଫିନ ବାକ୍ସରୁ ଆଇଇଡି ବିସ୍ଫୋରକ ଜବତ ହୋଇଛି । ଡ୍ରୋନ ମାଧ୍ୟମରେ ଏହି ବିସ୍ଫୋରକକୁ ପାକିସ୍ତାନ ପଟୁ ପଠାଯାଇଥିବା ସନ୍ଦେହ କରାଯାଉଛି  ବୋଲି ପଞ୍ଜାବର ଡିଜିପି ଦିନକର ଗୁପ୍ତା କହିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ଗାଁରୁ ୫ଟି ଗ୍ରେନେଡ୍, ଆଇଇଡି ଭର୍ତ୍ତି ଟିଫିନ ବାକ୍ସ, ୯ ଏମଏମ ପିସ୍ତଲ ଓ ୧୦୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗତ ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରୁ କିଛି ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଏଗୁଡ଼ିକ ମଧ୍ୟ ପାକିସ୍ତାନପଟୁ ଡ୍ରୋନ ମାଧ୍ୟମରେ ପଠାଯାଇଥିବା ସେନା ସନ୍ଦେହ କରୁଛି । ଗତ ଜୁନ ୨୭ରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ କରାଯିବା ପରେ ନିୟମିତଭାବେ ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଚିହ୍ନଟ ହେଉଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ପାକିସ୍ତାନର ଆଇଏସଆଇ ପକ୍ଷରୁ ଏସବୁ ଡ୍ରୋନ ପଠାଯାଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking