27.1 C
Bhubaneswar
Thursday, April 25, 2024
Homeଲାଇଫ୍ ଷ୍ଟାଇଲ୍ତମ୍ବା ବାସନ ବ୍ୟବହାର କରୁଥିଲେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ

ତମ୍ବା ବାସନ ବ୍ୟବହାର କରୁଥିଲେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ

ଭୁବନେଶ୍ୱର : ପୁରାତନ ଯୁଗରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ । ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳୁଥିଲା। ଏହାପରେ ତମ୍ବା ପାତ୍ର ବ୍ୟବହାର ହେଲା। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।  ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପିଅନ୍ତି । ତମ୍ବା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ।  ନିତ୍ୟ ବ୍ୟବହାର୍ଯ୍ୟ ଜୀବନରେ ସମସ୍ତ କାର୍ଯ୍ୟ ପାଇଁ ବିଭିନ୍ନ ଧାତୁର ବାସନ ବ୍ୟବହାର କରିଥାଉ ।  ଯେପରିକି ଷ୍ଟିଲ ର ଚାହିଦା ସବୁଠୁ ଅଧିକ ରହିଛି ।  କିନ୍ତୁ ସବୁ ଧାତୁ ଠାରୁ ମୂଲ୍ୟବାନ ଧାତୁ ହେଉଛି ତମ୍ବା l ତମ୍ବା ପାତ୍ରର ଔଷଧୀୟ ଗୁଣ ରହିଛି । ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ପାଇଁ ତମ୍ବା ପାତ୍ର ବ୍ୟବହାର କରିବା ପାଇଁ ନିର୍ଦେଶ ଦିଆ ଯାଇଥାଏ , ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇ ଥାଏ ।

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ କିମ୍ବା ଖାଦ୍ୟ ସେବନ କଲେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହେ। ଏହା ହୃଦୟକୁ ବି ସୁସ୍ଥ ରଖେ।

ତମ୍ବା ପାତ୍ରରେ ରଖିବା ଦ୍ୱାରା ଅଶୁଦ୍ଧ ପାଣି ମଧ୍ୟ ଶୁଦ୍ଧ ହୋଇଥାଏ ।  ଏହା ସମସ୍ତ ପ୍ରକାରର ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ ଓ ପେଟକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରେ ।

ତମ୍ବାରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି ଯାହା ଶରୀରର ଯନ୍ତ୍ରଣା ଓ ସୁଜନ ସମସ୍ୟା ଦୂର କରିଥାଏ। ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ର ପାଣି ଲାଭଦାୟକ ।

ତମ୍ବାରେ ଥିବା ମିନେରାଲସ ଥାଇରଏଡ ସମସ୍ୟାକୁ ଦୂର କରିଥାଏ ।

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ବ୍ୟାକ୍ଟେରିଆକୁ ନଷ୍ଟ କରି ପାଣିକୁ ଶୁଦ୍ଧ କରିଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking