28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ବଢିଲା ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଳହ

ପୁଣି ବଢିଲା ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଳହ

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସ ଥମିବାରେ ନା ନେଉନାହିଁ କନ୍ଦଳ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ମତାନ୍ତର ଏବେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏମିତି କି ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଥିବା ଦେଖାଦେଇଛି। ଆଉ ଏହାରି ମଧ୍ୟରେ, ପଞ୍ଜାବର କଂଗ୍ରେସ ସାଂସଦ ଆଜି ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରିବା ନିଷ୍ପତ୍ତିକୁ ବିରୋଧ କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ କଂଗ୍ରେସ ସାଂସଦ ଦିଲ୍ଲୀ ଗସ୍ତ ମଧ୍ୟ କରିସାରିଛନ୍ତି।

ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଥିଲେ। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଗତକାଲି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking