37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମୌସୁମୀ ଅଧିବେଶନରେ ବିରୋଧୀଙ୍କ ମୁକାବିଲା ପାଇଁ ମୋଦୀଙ୍କ ରଣନୀତି

ମୌସୁମୀ ଅଧିବେଶନରେ ବିରୋଧୀଙ୍କ ମୁକାବିଲା ପାଇଁ ମୋଦୀଙ୍କ ରଣନୀତି

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିରୋଧିଙ୍କ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବଦଳୀୟ ବୈଠକରେ ବିରୋଧିଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ। କାରଣ ଆଗାମୀ ଅଧିବେଶନ ବେଶ ସରଗରମ୍ ହେବାର ସମ୍ଭାବନା ରହିଛି । ଦେଶର ଅଧିକାଂଶ ସହରରେ କେବେଠାରୁ ପେଟ୍ରୋଲ ଦର ୧୦୦ଟଙ୍କା ପାର କରିଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହେବ ସହ ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି । ସେପଟେ କୋଭିଡ଼ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଦେଶରେ ଟିକାକରଣ କଇଁଛ ଗତିରେ ଚାଲିଛି । ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି । ଆଗାମୀ ଅଧିବେଶନରେ ୩୦ରୁ ଅଧିକ ବିଲ ପାସ କରିବାକୁ ଚାହୁଁଥିବା ମୋଦୀ ସରକାର, ଏସବୁ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା କିଭଳି କରିବେ ତାହା ସବୁଠାରୁ ବଡ଼ ପ୍ରସଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking