ଚିନ୍ତା ବଢ଼ାଉଛି ହିଡେନ୍ କେସ

ଭୁବନେଶ୍ୱର : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯିବ । ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ । ସର୍ଭିଲାନ୍ସ କରି ହିଡେନ କେସ ଗୁଡିକୁ ବାହାର କଲେ, ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର ବୋଲ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ । ସବୁ ଘରେ ପହଞ୍ଚିବାକୁ ପ୍ରାଧାନ୍ୟ ଦିଆଯାଉଛି । ଏହାଦ୍ୱାରା ହିଡେନ୍ କେସ ସାମ୍ନାକୁ ଆସିପାରିବ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ସବୁବେଳେ ଫୋକସରେ ରହିଥିବା ସେ ସୂଚନା ଦେଇଛନ୍ତି । ସେପଟେ ଭୁବନେଶ୍ୱରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଜୁଲାଇ ୨୧ରୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ କରାଯିବ । ସପ୍ତାହକୁ ଦୁଇ ଦିନ ବୁଧବାର ଓ ଶନିବାର ଗର୍ଭବତୀଙ୍କୁ ଟିକା ଦିଆଯିବ । ବୁଧବାର ଓ ଶନିବାର ଦିନ ୧୧ରୁ ୧ଟା ମଧ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ । ଗର୍ଭବତୀ ପ୍ରମାଣପତ୍ର ନେଇ ପାଖ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here