29.1 C
Bhubaneswar
Sunday, April 28, 2024
Homeଓଡିଶାସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀଙ୍କ ଭଙ୍ଗାରୁଜା

ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀଙ୍କ ଭଙ୍ଗାରୁଜା

ଢେଙ୍କାନାଳ : ଢେଙ୍କାନାଳ  ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀମାନେ ଭଙ୍ଗାରୁଜା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଶାଖାରେ ଦୀର୍ଘ ଦିନ ଧରି ସେମାନଙ୍କ ଜମା ଅର୍ଥର ମିଆଦ ପୁରି ଯାଇଥିଲେ ମଧ୍ୟ ଶାଖା ପକ୍ଷରୁ ସେମାନଙ୍କୁ ଟଙ୍କା ଫେରସ୍ତ ଦିଆ ଯାଉନାହିଁ। ସେମାନେ ବାରମ୍ବାର ଶାଖାକୁ ଆସିଲେ ମଧ୍ୟ ସେମାନଙ୍କ ଟଙ୍କା ସମ୍ବନ୍ଧରେ କୈାଣସି ଉତ୍ତର ମଧ୍ୟ ମିଳୁନାହିଁ । ଶାଖା ପରିଚାଳକ ଜମାକାରୀଙ୍କୁ ଦେଖା ଦେଉ ନାହାନ୍ତି । ତେଣୁ ବାରମ୍ବାର ଦୈାଡିବା ପରେ ଆଜି କିଛି ଜମାକାରୀ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ଏହି ଶାଖା ପରିଚାଳକ ମଧ୍ୟ ଅନୁପସ୍ଥିତ ଥିବାରୁ ଜମାକାରୀଙ୍କୁ କେହି କୈାଣସି ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇ ନଥିଲେ। ତେବେ ଜମାକାରୀ ଏବେବି କାର୍ଯ୍ୟାଳୟ ପରିସରରେ ଜମି ରହିଥିବା ସହିତ ବିକ୍ଷୋଭ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking