30.1 C
Bhubaneswar
Saturday, April 27, 2024
Homeଓଡିଶାଉପ କାରାଗାରରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

ଉପ କାରାଗାରରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

ଯାଜପୁର : ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ l ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ ସେକ l ଗତକାଲି ସନ୍ଧ୍ୟାରେ ଉପକାରାଗାରର କ୍ୱାରେଣ୍ଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗେଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଏହା ଜାଣିବା ପରେ ତୁରନ୍ତ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଜେଲ କର୍ତ୍ତୁପକ୍ଷ କୋରେଇ ଥାନାରେ ଏତଲା ଦେଇଥିବା ବେଳେ ଏତଲା ଆଧାରରେ କୋରେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ତେବେ କଏଦୀ ଜଣଙ୍କର ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ଜେଲ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking