26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ୨୧ଟି ନୂଆ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମହାରାଷ୍ଟ୍ରରେ ୨୧ଟି ନୂଆ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ଦେଶରେ ଏବେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଯାହା ବର୍ତ୍ତମାନ ମହାରାଷ୍ଟ୍ର ସରକାରଙ୍କର ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଦେଶରେ ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି। ତେବେ ବିଶେଷଜ୍ଞଙ୍କ ଆଶଙ୍କା, ଏଭଳି ଯଦି ଲାଗି ରହେ ତାହେଲେ ଡେଲଟା ଭେରିଏଣ୍ଟର ଏହି ନୂଆ ମ୍ୟୁଟେସନ ଯୋଗୁ ଦେଶବ୍ୟାପି ଆସିପାରେ କରୋନାର ତୃତୀୟ ଲହର।

ତେଣୁ ଏନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking