30.1 C
Bhubaneswar
Monday, May 6, 2024
Homebuisnessଗରିବଙ୍କ ପାଇଁ ମହଙ୍ଗା ତାଲିକାରୁ ଖସିଲା ଅଟା; କମିଲା ଦାମ୍‌

ଗରିବଙ୍କ ପାଇଁ ମହଙ୍ଗା ତାଲିକାରୁ ଖସିଲା ଅଟା; କମିଲା ଦାମ୍‌

ନୂଆଦିଲ୍ଲୀ: ଲଗାତାର ୩ ମାସରୁ ଦମ ଦାମ୍ ବୃଦ୍ଧି ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି ଗରିବ ଖଟିଖିଆ ଲୋକମାନଙ୍କୁ ମହଙ୍ଗା ମାଡ ଝଟକା ଦେଇ ଚାଲିଥିଲା । ତେବେ ଏହି ମହଙ୍ଗା ମାଡରୁ ଏବେ କିଛି ମାତ୍ରାରେ ମୁକ୍ତି ପାଇବେ ସାଧାରଣ ଲୋକେ । କାରଣ ପ୍ରତିଦିନର ଖାଦ୍ୟ ଅଟା ଦାମରେ ହ୍ରାସ ଘଟିଛି । ଲଗାତାର ବର୍ଷେ ହେଲା ବୃଦ୍ଧି ପାଉଥିବା ଏହି ଦରଦାମରୁ ଲୋକଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ଦେବ ।

ସୂଚନା ଅନୁସାରେ, ଆଗାମୀ ଦିନରେ ଅଟାର ମୂଲ୍ୟ କିଲୋପ୍ରତି ୪-୫ ଟଙ୍କା ହ୍ରାସ ପାଇବ । ଏହାଦ୍ୱାରା ବଜାରରେ ଅଟା ୨୫-୨୬ ଟଙ୍କାରେ ଉପଲବ୍ଧ ହୋଇପାରିବ । କୃଷି ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଦେଶରେ ୧୧.୨ କୋଟି ମାଟ୍ରିକ ଟନ୍ ଗ୍ରହମ ଉତ୍ପାଦନ ହୋଇଛି । ତେଣୁ ଅଟା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଜାନୁଆରି ମାସରେ ପନିପରିବା ଦାମ୍ ୧୧.୭୦ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଧନ ଓ ଆଲୋକ ପ୍ରଦାନକାରୀ ସାମଗ୍ରୀ ଦାମ୍ରେ ସାମାନ୍ୟ ହ୍ରାସ ଘଟିଛି।

କିନ୍ତୁ ସରକାରୀ ସୂଚନା ଅନୁସାରେ ମୁଦ୍ରାସ୍ପିତୀ ହାର ୬.୫୨%କୁ ବୃଦ୍ଧି ପାଇ ପୁଣି ନିୟନ୍ତ୍ରଣ ବାହାରକୁ ଯାଇଛି । ତେବେ ଏହାକୁ ନିୟମନ୍ତଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି । ୨୦୨୨ ଡିସେମ୍ବରରେ ମୁଦ୍ରାସ୍ଫିତୀ ହାର ୫.୭୨ ପ୍ରତିଶତ ଥିବା ବେଳେ ଜାନୁୟାରୀରେ ଏହା ୬.୫୨%ରେ ପହଞ୍ଚିଥିଲା । ଏହାଫଳରେ ଜାନୁୟାରୀ ମାସରେ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking