32.1 C
Bhubaneswar
Sunday, May 19, 2024
Homeଓଡିଶାଚିଲିକା କୋଳରେ ଫସିଗଲା ଯାତ୍ରୀବାହୀ ଡଙ୍ଗା: ବିପଦରେ ପଡିଛି ୫୦ ଜୀବନ

ଚିଲିକା କୋଳରେ ଫସିଗଲା ଯାତ୍ରୀବାହୀ ଡଙ୍ଗା: ବିପଦରେ ପଡିଛି ୫୦ ଜୀବନ

ଚିଲିକା: ଚିଲିକା ହ୍ରଦ ପାଲଟିଛି ମରଣଯନ୍ତା । ବାରମ୍ବାର ଡଙ୍ଗା ବୁଡି ଘଟଣା ସହିତ ମୂଲ୍ୟବାନ ଜୀବନ ହାନି ପର୍ଯ୍ୟଟକଙ୍କୁ ଭୟଭୀତ କରିଛି । ଆଜି ସେହିଭଳି ଏକ ଯାତ୍ରୀବାହୀ ଡଙ୍ଗା ଚିଲିକା ପାଣି ମଝିରେ ଫସି ରହିଥିବା ଦେଖିବାକୁ ମିଳିଛି । ଜହ୍ନିକୁଦା ଘଶଟରୁ ସାତପଡା ଯିବା ବାଟରେ ଡଙ୍ଗାଟି ଅଟକି ରହିଛି । ତେବେ ଏହାର କାରଣ ହେଉଛି ଅଳ୍ପ ପାଣି । ଏଠାରେ ପାଣି କମ୍ ରହିଥିବାରୁ ଚିଲିକା ମଝିରେ ହିଁ ଡଙ୍ଗାଟି ଅଟକି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାରେ ୫୦ ଜଣ ଯାତ୍ରୀ ଏବଂ ୩୦ରୁ ଅଧିକ ବାଇକ ରହିଥିବା ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking