32.1 C
Bhubaneswar
Sunday, May 19, 2024
Homeଓଡିଶାଯାଜପୁର ରୋଡ ରେଳ ଫାଟକ ନିକଟ ଓଭରବ୍ରିଜର ନକ୍ସା ଅନୁମୋଦିତ

ଯାଜପୁର ରୋଡ ରେଳ ଫାଟକ ନିକଟ ଓଭରବ୍ରିଜର ନକ୍ସା ଅନୁମୋଦିତ

ଯାଜପୁର: ଯାଜପୁର ରୋଡ଼ ୧୪୨ ନମ୍ବର ରେଳ ଫାଟକ ନିକଟରେ ପ୍ରସ୍ତାବିତ ଓଭରବ୍ରିଜ୍ର ସାଧାରଣ ବ୍ୟବସ୍ଥିତ ନକ୍ସା କେନ୍ଦ୍ର ଓ ରାଜ୍ୟ ଦ୍ୱାରା ଅନୁମୋଦନ ହୋଇଛି । ଏ ସମ୍ପର୍କରେ ଖୋର୍ଦ୍ଧା ମଣ୍ଡଳ ବରିଷ୍ଠ ଯନ୍ତ୍ରୀ ଗତ ଫେବୃଆରୀ ୮ ତାରିଖରେ ପତ୍ର ମାଧ୍ୟମରେ ଆଇନଜିବୀ ଶ୍ରୀ ଜିତେନ୍ଦ୍ର ପ୍ରତିହାରୀଙ୍କୁ ସୂଚନା ଦେଇଛନ୍ତି । ରେଳ ବିଭାଗ ପକ୍ଷରୁ ଏହାର ଚୁଡ଼ାନ୍ତ ରୂପରେଖ ବ୍ୟବସ୍ଥିତ ନକ୍ସା ମାଧ୍ୟମରେ ରାଜ୍ୟର ଅନୁମୋଦନ ଲାଭ କରିଛି । ରାଜ୍ୟ ପକ୍ଷରୁ ଏହାର ବାକି ଅଂଶ ନିର୍ମାଣ ସମ୍ପର୍କୀୟ ଅନୁମୋଦନକୁ ଅପେକ୍ଷା କରାଯାଇଛି ବୋଲି ପତ୍ର ମାଧ୍ୟମରେ ଶ୍ରୀ ପ୍ରତିହାରୀଙ୍କୁ ଜଣାଇଛନ୍ତି ।

ରାଜ୍ୟ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ପାଣିକୋଇଲିଙ୍କୁ ଏ ସମ୍ପର୍କରେ ଶ୍ରୀ ପ୍ରତିହାରୀ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଅଂଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ଜମି ଅଧିଗ୍ରହଣ ସମ୍ପର୍କରେ ରାଜସ୍ୱ ବିଭାଗ ସହିତ ଯୋଗାଯୋଗ କରି କାର୍ଯ୍ୟ ଆଗେଇବା ପାଇଁ ସମ୍ପୃକ୍ତ ବିଭାଗଙ୍କ ସହିତ ଯୋଗାଯୋଗ କରିଛନ୍ତି ।

ପ୍ରକାଶ ଥାଉକି, ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ନମ୍ବର ୧୪୪୨୫/୧୪ ରାୟ ପରିପ୍ରେକ୍ଷୀରେ ରେଳ ବିଭାଗ ଯାଜପୁର ରୋଡ଼ ୧୪୨ ନମ୍ବର ରେଳ ଫାଟକ ନିକଟରେ ଓଭରବ୍ରିଜ୍ ଓ ସ୍ଥାନୀୟ ଗମନାଗମନ ପାଇଁ ରେଳ ଲାଇନ ତଳେ ଏକ ଗଳିପୋଲ ନିର୍ମାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ଭାଗିଦାରୀରେ ନିର୍ମାଣ କରିବା ପାଇଁ ୮୧ କୋଟି ୭୮ ଲକ୍ଷ ମଞ୍ଜୁର ଦେଇ ସାରିଛନ୍ତି । ସାଧାରଣ ବ୍ୟବସ୍ଥିତ ନକ୍ସା ଅନୁମୋଦନ ହେବା ଦ୍ୱାରା ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁଗୁଳ ସୁକିନ୍ଦା ରୋଡ଼ – ଯାଜପୁର ରୋଡ଼ ଲାଇନ୍ ଓ ଖଡ଼ଗପୁର ବିଜୟୱାଡା ପଣ୍ୟବାହୀ ଲାଇନ୍ ନିର୍ମାଣ କାର‌୍ୟ୍ୟ ତ୍ୱରିତ ବେଗରେ ଚାଲୁଥିବାରୁ ରେଳବାଇ ଫାଟକ ଆଗାମୀ ଦିନରେ ୧୬ରୁ ୨୦ ଘଣ୍ଟା ବ୍ୟସ୍ତ ରହିବ । ଏଣୁ ରେଳବାଇ ଓଭରବ୍ରିଜ୍ ଓ ଗଳିପୋଲର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଶ୍ରୀ ପ୍ରତିହାରୀ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏ ସମ୍ପର୍କରେ ରେଳ ବିଭାଗ ତରଫରୁ ଅନୁମୋଦନ ପତ୍ର ଗତ ତା ୮-୨-୨୦୨୩ରିଖ ରେ ଆବେଦନକାରୀଙ୍କର ହସ୍ତଗତ ହୋଇଛି ।ରେଳବାଇ ପକ୍ଷରୁ ଓଭରବ୍ରିଜ ପାଇଁ ନିର୍ମାଣ ପାଇଁ ଆଗ୍ରହୀ ଥିଲା ବେଳ ରାଜ୍ୟ ସରକାର ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନାହିଁ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ରାଜସ୍ୱ ବିଭାଗ ଜମି ଅଧିଗ୍ରହଣରେ ସହଯୋଗ କରୁନଥିବାରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନାହିଁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧି ଜିବି ମହଲ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking