29.1 C
Bhubaneswar
Saturday, April 27, 2024
Homeଓଡିଶାଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ । ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ବିଜେପି, ଆରସେସ ଏବଂ ମୋଦି ଭାରତକୁ ବିଭାଜିତ କରିବା ଷଡ଼ଯନ୍ତ୍ର କରୁଛନ୍ତି । ଦେଶରେ ଘୃଣା, ହିଂସା, ଆଂଚଳିକ ବାଦ, ଜାତି, ଧର୍ମ, ଖାଦ୍ୟ ଓ ପୋଷାକର ଭେଦ ସୃଷ୍ଟି କରି ନିର୍ବାଚନୀ ଫାଇଦା ପାଇଁ ଭାରତକୁ ଖଣ୍ଡ ଖଣ୍ଡ କରିବାପାଇଁ ଗୈରିକ ଦଳ ଉଦ୍ୟମ କରୁଛି । ଦେଶରେ ଦାରିଦ୍ର‌୍ୟ, କ୍ଷୁଧା, ଗରିବି ଓ ଦରଦମା ବୃଦ୍ଧିର ପରିସ୍ଥିତି ଅଣାୟତ ହୋଇପଡ଼ିଛି । ଦେଶର ସଂପତିକୁ ମୋଦି ତାଙ୍କର ବନ୍ଧୁ ପୁଞ୍ଜିପତି ହାତରେ ଟେକି ଦେଉଛନ୍ତି । ସାମ୍ବିଧାନିକ ଅନୁଷ୍ଠାନ ଆଜି ଦୁର୍ବଳ ହୋଇପଡ଼ିଛି । ସରକାରୀ କଳର ଅପବ୍ୟବହାର ହେଉଛି ସେଥିପାଇଁ ଦେଶ ଭାଙ୍ଗିତୁଟି ଯାଉଥିଲା ବେଳେ ଦେଶବାସୀଙ୍କୁ ସାଥିରେ ଧରି ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରାରେ ଆଗେଇ ଚାଲିଛନ୍ତି । ଏହି ଯାତ୍ରାକୁ ସବୁବର୍ଗର ଲୋକ ସମର୍ଥନ ଦେଉଥିଲା ବେଳେ ବିଜେପି ଆରଏସଏସ୍ ଏବଂ ମୋଦି ବାଦୀମାନେ ଅସହିଂଷୁ ହୋଇପଡ଼ି ରାହୁଲ ଗାନ୍ଧୀଙ୍କ ଉପରେ ବିଭିନ୍ନ ଟିପ୍ପଣି ଦେଉଛନ୍ତି । ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ । ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ନବୀନ ସରକାର ଓଡ଼ିଶାର ଜନସାଧାରଣଙ୍କୁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି । ବର୍ଷକୁ ୨ଲକ୍ଷ ଚାକିରି, ପ୍ରତ୍ୟେକ ବ୍ଲକରେ ୩୫% ଚାଷଜମିରେ ଜଳସେଚନ ଯୋଗାଇବା, ଉତମ ସ୍ୱାସ୍ଥ୍ୟ ଯୋଗାଇ ଦେବା, କୃଷିର୍ଭିତିକ ଶିଳ୍ପ ସହିତ ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ବହୁ କିଛି କରିବାର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ୨୨ ବର୍ଷ ଭିତରେ ଆଜି ସ୍କୁଲର ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଲକ୍ଷ ଲକ୍ଷ ଯୁବକ ବେକାର, ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଠିକା କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଉଛି । କୃଷକ ଆତ୍ମହତ୍ୟା ଓ ସଂଗଠିତ ଅପରାଧରେ ସାଇବର ଠକାଇ ଆଦି ରାଜ୍ୟ ଚରମ ସୀମାରେ ପଂହଚିଲାଣି । ଠିକ୍ ସେହିଭଳି ଭାବରେ ୮ ବର୍ଷ ଭିତରେ ମୋଦି ସରକାର ଭାରତବାସୀଙ୍କୁ ଯେତେସବୁ ପ୍ରତିଶୃତି ଦେଇଥିଲେ ଗୋଟିଏ ବି ପ୍ରତିଶୃତିକୁ ପାଳନ କରିବାରେ ସମର୍ଥ ହୋଇନାହାନ୍ତି । ୨ କୋଟି ଚାକିରି, ୧୫ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ, କଳାଧନ ଫେରାଇ ଆଣିବା କଥା ଏକ ଭେଳିକିରେ ପରିଣତ ହୋଇଛି । ଦରଦାମ ବୃଦ୍ଧିରେ ଆଜି ସାରାଦେଶ ହନ୍ତସନ୍ତ । ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି । ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି । ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି ବିଭିନ୍ନ ପଦାଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଆରଓ ନିରୋଜ ଡାଙ୍ଗି, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ସନ୍ତୋଷ ସିଂ ସାଲୁଜା, ଶ୍ରୀ ରମେଶ ଜେନା, ଶ୍ରୀ ରାଜନ ଏକା, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ସୁରେଶ କୁମାର ମହାପାତ୍ର, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ସିଂ ଭୋଇ, ନବଜ୍ୟୋତି ପଟ୍ଟନାୟକ, ଅଭିଷେକ ମହାନନ୍ଦ, ଉମବଲ୍ଲଭ ରଥ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking