30.1 C
Bhubaneswar
Friday, April 26, 2024
Homeଓଡିଶାଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଏହାକୁ ନେଇ ପୁର୍ବରୁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଯୋଗର ସମ୍ପାଦକ ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ । ଏଥର କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଯାଗରଯାତ୍ରା ହେବ ବୋଲି ନିଷ୍ପତି ନିଆଯାଇଛି ।

ତେବେ ମହାଶିରାତ୍ରୀରେ ଶ୍ରଦ୍ଧାଳୁ ମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ବାରେିକେଡରେ ସାମାଜିକ ଦୂରତା ରକ୍ଷାକରି ଆଡକାଠ ପାଖରୁ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିିଡ ଯୋଗୁଁ ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ ପିଲା ମାନଙ୍କୁ ନର୍ଶନ ପାଇଁ ବାରଣ କରାଯାଇଛି ।
ତେବେ କୋଭିଡ ନିୟମ ମାନି ଭକ୍ତ ମାନେ ଦୀପ ଜାଳି ପାରିବେ ବୋଲି ସ୍ଥିର ହୋଇଛି । ରାତ୍ରି ୧୦ ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦ୍ୱୀପ ଉଠିବା ସ୍ଥିର ହୋଇଛି ।

ସେହିଭଳି ସିଂହଦ୍ୱାର , ସାହାଣ ମେଳା ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ମନ୍ଦିର ପରିସରରେ ହେବାକୁ ଥିବା ଭଜନ ସମାରୋହରେ ସର୍ବାଧିକ ୫୦୦ ଲୋକ ବସିପାରିବେ । ଏହାସହ ଯାଗର ଯାତ୍ରା ପାଇଁ ପୋଲିସ ମୁତୟନ କରାଯିବା ସହ ଟ୍ରାଫିକୁ ମଧ୍ୟ କଡାକଡି କରାଯାଇଛି । ସୁରୁଖୁରୁରେ ଓ ସମ୍ପୁର୍ଣ୍ଣ ସୁରକ୍ଷା ମଧ୍ୟରେ କିପରି ମହାଶିତବରାତ୍ରୀ ପାଳନ କରାଯିବ ଏନେଇ ପ୍ରସ୍ତୁତି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking