29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗ୧ ଏପ୍ରିଲରୁ ବନ୍ଦ ହୋଇଯିବ ରେଲୱେର ସମସ୍ତ ହେଲ୍ପ ଲାଇନ ନମ୍ବର

୧ ଏପ୍ରିଲରୁ ବନ୍ଦ ହୋଇଯିବ ରେଲୱେର ସମସ୍ତ ହେଲ୍ପ ଲାଇନ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ସାଧାରଣ ଜନତାଙ୍କ ଲାଇଫ ଲାଇନ । ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସର୍ବଦା ସକ୍ରିୟ ରହିଥାଏ । ଏହା ମଧ୍ୟରେ ଆଉ ଗୋଟିଏ ପାଦ ଆଗକୁ ବଢିବା ସ୍ୱରୂପ ରେଳ ବିଭାଗ ଭିନ୍ନ ଭିନ୍ନ କାମ ପାଇଁ ଅନ୍ୟ ହେଲ୍ପ ଲାଇନ ନମ୍ବର ବ୍ୟବସ୍ଥା ସମାପ୍ତ କରିବା ସହ ଇଣ୍ଟିଗ୍ରେଟେଡ ରେଳ ସାହାଯ୍ୟ ହେଲ୍ପଲାଇନ ନମ୍ବର ଜାରି କରିବା ପ୍ରକ୍ରିୟା ଶେଷ କରିଛି । ୧ ଏପ୍ରିଲରୁ ରେଳ ବିଭାଗ ସମସ୍ତ ହେଲ୍ପ ଲାଇନ ନମ୍ବର ବନ୍ଦ କରିଦେବ ଏବଂ କେବଳ ୧୩୯ ହେଲ୍ପ ନମ୍ବର କାମ କରିବ । ରେଳ ମନ୍ତ୍ରାଳୟ ଏକ ରେଳ ହେଲ୍ପଲାଇନ ୧୩୯ ନାମରେ ସୋସିଆଲ ମିଡିଆ କ୍ୟାମ୍ପେନ #OneRailOneHelpline139 ମଧ୍ୟ ଚାଲିଛି । ଭାରତୀୟ ରେଳ ସମସ୍ତ ହେଲ୍ପ ଲାଇନ ନମ୍ବର ଏପ୍ରିଲ ୧ରୁ ବନ୍ଦ କରିଦେବ । ସେ ସ୍ଥାନରେ ସିଙ୍ଗଲ ହେଲ୍ପଲାଇନ ନମ୍ବର ୧୩୯ ରହିବ । ଏହାର ଅର୍ଥ ଯାତ୍ରା ସମୟରେ କୌଣସି ପ୍ରକାର ସହାୟତା ଦରକାର ପଡିଲେ ଭିନ୍ନ ଭିନ୍ନ ନମ୍ବର ସହ ଯୋଗାଯୋଗ କରିବା ଦରକାର ନାହିଁ । ରେଳ ବିଭାଗର ସମସ୍ତ ନମ୍ବର ମିଶାଇ ଏବେ ଏହି ଗୋଟିଏ ନମ୍ବର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking