31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଓଡିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ଓଡିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ଓଡିଶା ବିଜେପି ସାସଂଦମାନେ ଭେଟିବା ପରେ ଜାଭେଦକର ଟ୍ୱିଟ କରିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଏକ ଏକ୍ସପର୍ଟ ଟିମ ଓଡିଶା ଯିବ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ । ସେଠାକାର ପରିସ୍ଥିତି ସଂପର୍କରେ ପ୍ରତିଦିନ ଟିମ ଅନୁଧ୍ୟାନ କରିବ । 

ଚଳିତ ବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖୁଲା ପାଗ ଯୋଗୁଁ ଏହି ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖ୍ ଜଙ୍ଗଲରେ ନିଆଁ ଲଗାଇଥିବା ନଜରକୁ ଆସିଛି । 

ବର୍ତ୍ତମାନ ସୁଦ୍ଧା ଶିମିଳିପାଳ ଅଞ୍ଚଳରେ ସମୁଦାୟ ୧୧୭୫ ଜଣ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖୁଛନ୍ତି । ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରି ସଚେତନତା ସୃଷ୍ଟି କରାଯାଉଛି । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଅଗ୍ନି ରୋକିବା ଏବଂ ଏହାକୁ ବ୍ୟାପିବାକୁ ନଦେବା ଉଦ୍ଦେଶ୍ୟରେ ୩୫୯୧ କିଲୋମିଟର ଫାୟାର ଲାଇନ୍ ସୃଷ୍ଟି କରାଯାଇଛି ଏବଂ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଇଛି । ।

୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ପାଇଁ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି । 2021 ମାର୍ଚ୍ଚ ୩ ଦିନ ଅତିରିକ୍ତ ମ୍ୟାନ୍ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଅଗ୍ନି ନିର୍ବାପନ ପାଇଁ ସମୁଦାୟ ୨ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୭ ଜଣ ସହ ବନ ସଂରକ୍ଷକ (ଏସିଏଫ୍)ଙ୍କୁ ଏଥିପାଇଁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ନୋଡାଇ ଅଫିସର ରୂପେ ନିୟୋଜିତ କରାଯାଇଛି ।

 
 
 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking