30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗସବୁ ଜଙ୍ଗଲ ଅଧିକାରୀଙ୍କ ଛୁଟି ବାତିଲ

ସବୁ ଜଙ୍ଗଲ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଫିଲ୍ଡ ସ୍ତରରେ କାମ କରୁଥିବା ସବୁ ଜଙ୍ଗଲ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଜଙ୍ଗଲ ନିଆଁ ପାଇଁ ସବୁ ଅଧିକାରୀଙ୍କ ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତି ଜରୁରୀ ପଡିଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ଛୁଟି ନେଇପାରିବେ । ଡିଏଫଓ କିମ୍ବା ତତୋଧିକ ସ୍ତରର ଅଧିକାରୀଙ୍କ ଅନୁମିତରେ ଛୁଟି ନେଇପାରିବେ । ଅନ୍ୟପକ୍ଷରେ , ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ଓଡିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ଓଡିଶା ବିଜେପି ସାସଂଦମାନେ ଭେଟିବା ପରେ ଜାଭେଦକର ଟ୍ୱିଟ କରିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଏକ ଏକ୍ସପର୍ଟ ଟିମ ଓଡିଶା ଯିବ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ । ସେଠାକାର ପରିସ୍ଥିତି ସଂପର୍କରେ ପ୍ରତିଦିନ ଟିମ ଅନୁଧ୍ୟାନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking