24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଶିମିଳିପାଳ ନିକଟରେ ବର୍ଷା

ଶିମିଳିପାଳ ନିକଟରେ ବର୍ଷା

ଭୁବନେଶ୍ୱର: ଗୋଟିଏ ପଟେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅନ୍ୟପଟେ ଆଜି କରଞ୍ଜିଆ ଏବଂ ଏହାର ଆଖପାଖ ଅଂଚଳରେ ବର୍ଷା ହୋଇଛି । ମଧ୍ୟମ ଧରଣର ବର୍ଷା ଯୋଗୁଁ ପ୍ରକୃତି ପ୍ରେମୀ ଆଶ୍ୱସ୍ତି ଲାଭ କରିଛନ୍ତି । ତେବେ ବର୍ଷା ଶିମିଳିପାଳ ଅଭୟାରଣ୍ୟରେ ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ । ସୂଚନା ଯୋଗ୍ୟ , ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ ଗଛ ପୋଡି ନଷ୍ଟ ହୋଇଛି । ଚଳିତ ବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖୁଲା ପାଗ ଯୋଗୁଁ ଏହି ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖ୍ ଜଙ୍ଗଲରେ ନିଆଁ ଲଗାଇଥିବା ନଜରକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଶିମିଳିପାଳ ଅଞ୍ଚଳରେ ସମୁଦାୟ ୧୧୭୫ ଜଣ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖୁଛନ୍ତି । ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରି ସଚେତନତା ସୃଷ୍ଟି କରାଯାଉଛି । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଅଗ୍ନି ରୋକିବା ଏବଂ ଏହାକୁ ବ୍ୟାପିବାକୁ ନଦେବା ଉଦ୍ଦେଶ୍ୟରେ ୩୫୯୧ କିଲୋମିଟର ଫାୟାର ଲାଇନ୍ ସୃଷ୍ଟି କରାଯାଇଛି ଏବଂ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଇଛି । ।

୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ପାଇଁ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି । ୨୦୨୦ ମାର୍ଚ୍ଚ ୩ ଦିନ ଅତିରିକ୍ତ ମ୍ୟାନ୍ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଅଗ୍ନି ନିର୍ବାପନ ପାଇଁ ସମୁଦାୟ ୨ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୭ ଜଣ ସହ ବନ ସଂରକ୍ଷକ (ଏସିଏଫ୍)ଙ୍କୁ ଏଥିପାଇଁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ନୋଡାଇ ଅଫିସର ରୂପେ ନିୟୋଜିତ କରାଯାଇଛି ।

 

 
 
 
 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking