29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଆଗକୁ ଆହୁରି ବଢିବ ତାତି

ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ୱର: ରାତିରେ ଟିକିଏ ମାତ୍ରାରେ ଥଣ୍ଡା ଅନୁଭତ ହେଉଥିଲେ ମଧ୍ୟ ଦିନରେ ୧୧ ଟା ସୁଦ୍ଧା ବାହାରକୁ ବାହାରିବା ଏବେଠୁ ଅସମ୍ଭବ ହୋଇଗଲାଣି । ହୁ ହୁ ଖରାରେ ଦେହହାତ ସିଝି ଗଲା ପରି ଲାଗୁଛି । ଏବେଠୁ ଏତେ ମାତ୍ରାରେ ଖରା ହେଲାଣି ଯେ, ଆଗକୁ ଏହା ଆହୁରି ବଢିବ ବୋଲି ପାଣିପାଗ ବିଭାଗ କହିସାରିଛି । ପାଣିପାଗ ବିଭାଗ କହିବାନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତିର ପ୍ରକୋପ । ଅନେକ ସ୍ଥାନରେ ଗରମ ବଢ଼ିଛି । ୯ଟି ସ୍ଥାନରେ ଦିନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଉପରେ ଅଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏପରିକି ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସି ଆସିଛି । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୧୧ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପୁଣି ତାତି ବଢ଼ିପାରେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking