31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ ପ୍ରସ୍ତୁତ

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ ପ୍ରସ୍ତୁତ

ପୁରୀ: ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ ପ୍ରସ୍ତୁତ କରିଛି ସବ୍ କମିଟି । ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ରହିଛି । ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ ରହିଛି । ଏହାଛଡା ସେମାନଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ପ୍ରଦାନ କରିଛନ୍ତି ।
ଅନ୍ୟପଟେ , ଶ୍ରୀମନ୍ଦିର ବାର୍ଷିକ ବଜେଟ ବୈଠକ ପରେ ମୁଖ୍ୟ ପ୍ରଶସାକ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ବ୍ୟାଙ୍କ ସୁଧରୁ ବେଶୀ ପଇସା ଆସୁନଥିବାରୁ ଅନ୍ୟ ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଛଡା ବିଭିନ୍ନ ପ୍ରମୁଖ ସ୍ଥାନରେ ହୁଣ୍ଡି ସ୍ଥାପନ କରାଯିବ । ଏୟାରପୋର୍ଟ, ରେଳ ଷ୍ଟେସନରେ ଶ୍ରୀମନ୍ଦିର ହୁଣ୍ଡି ରହିବ । ପଥର କ୍ୱାରୀ ଲିଜ୍ ଲଗାଇ ଆୟ ବୃଦ୍ଧି କରାଯିବାକୁ ଯୋଜନା କରାଯିବ । ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦କୋଟି ଆୟ ଯୋଜନା ରହିଛି । ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି । ଆସନ୍ତା ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରହିଛି । ୨୦୨୩ ରଥ ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି ୧ ହଜାର କୋଟି ପାଇଁ ଟାର୍ଗେଟ ରହିଛି । ୧ ହଜାର କୋଟି ପାଣ୍ଠି ଟାର୍ଗେଟ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking