24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 2021 ପାଇଁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଆଦିକାରୀ ଆଜି ଏକ ରୋଡ୍ ସୋ ପ୍ରଦର୍ଶନ କରିବେ। ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ, ୧୧ରେ ଦଳୀୟ ଇସ୍ତାହାର । ଆଜି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି।

ମମତା ବାନାର୍ଜୀ ଦିନ ସକାଳେ ସେ ନନ୍ଦିଗ୍ରାମଠାରେ ଶିବ ଆରାଧନା କରିବା ପରେ କୋଲକାତା ଫେରି ଇସ୍ତାହାର ଘୋଷଣା କରିବେ। ଏହା ପୂର୍ବରୁ ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ପଶ୍ଚିମବଂଗରେ ଏବେ ନିର୍ବାଚନ ପ୍ରଚାର ଚରମ ସୀମାରେ ପହଂଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମରେ ପହଂଚି ପ୍ରଥମେ ଚା ଦୋକାନ ଯାଇଥିଲେ। ସେଠାରେ ଚା କରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ।

ଏହାପରେ ଜନସଭା ଯୋଗ ଦେଇ ବିରୋଧୀ ବିଜେପିକୁ ଦେଇଥିଲେ ଚେତାବନୀ। କହିଥିଲେ , ମୋ ସାଂଗରେ ହିନ୍ଦୁ କାର୍ଡ ଖେଳ ନାହିଁ। ମୁଁ ବି ଜଣେ ସଚ୍ଚା ହିନ୍ଦୁ । ଚଣ୍ଡିପାଠ କରି ଘରୁ ସବୁ ଦିନ ବାହାରେ। ଏହା କହିବା ପରେ ସଭାସ୍ଥଳରେ ମମତା ଦିଦି ଚଣ୍ଡିପାଠ ମଧ୍ୟ ପଢିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ନନ୍ଦିଗ୍ରାମରେ ସେ ଆନ୍ଦୋଳନ କରୁଥିବା ବେଳେ ମଧ୍ୟ ଘରେ ତାଙ୍କର ସବୁଦିନ ଚଣ୍ଡିପାଠ ହେଉଥିଲା। ସେପେଟେ ସାଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ରାଜନୀତି କରୁଥିବା ଚେତାବନୀ ଦେଇଛନ୍ତି। ନନ୍ଦି ଗ୍ରାମର ଲୋକେ ସେମାନାଙ୍କ ଜାଲରେ ନ ଫସିବାକୁ ସେ ଦେଇଛନ୍ତି ପରାମର୍ଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking