28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଓଡ଼ିଶାର ୩୪୦ ଜଣଙ୍କୁ ମିଳିବ କଳାକାର ପେନସନ

ଓଡ଼ିଶାର ୩୪୦ ଜଣଙ୍କୁ ମିଳିବ କଳାକାର ପେନସନ

ନୂଆଦିଲ୍ଲୀ :ଓଡ଼ିଶାର ୩୪୦ ଜଣଙ୍କୁ ମିଳିବ କଳାକାର ପେନସନ ।  ୨୦୨୦-୨୧ ବର୍ଷରେ ଓଡ଼ିଶାର ୩୪୦ ଜଣ କଳାକାରଙ୍କୁ ପେନସନ ଓ ମେଡିକାଲ ସହାୟତା ଦେବା ଲାଗି ଏକ୍ସପର୍ଟ କମିଟି ସୁପାରିସ କରିଛି ବୋଲି ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଜଣାଇଛନ୍ତି । ଓଡ଼ିଶାର କେତେ ଜଣ କଳାକାରଙ୍କୁ କେନ୍ଦ୍ର ସରକାର ପେନସନ ଦେଉଛନ୍ତି ବୋଲି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି ଯେ ୨୦୨୦-୧୯ରେ ୧୩୦ ଜଣ ଏବଂ ୨୦୧୯-୧୮ରେ ୨୦ ଜଣ କଳାକାର ପେନସନ ପାଇବାକୁ ମନୋନୀତ ହୋଇଥିଲେ।

୨୦୨୦-୨୧ ବର୍ଷରେ ଦେଶରେ ସମୁଦାୟ ୧୮୨୧ ଜଣ କଳାକାର ପେନସନ ପାଇବାକୁ ଏକ୍ସପର୍ଟ କମିଟି ସୁପାରିସ କରିଛି । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ପଶ୍ଚିମବଙ୍ଗ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗର ୯୧୪ ଜଣ କଳାକାର ୨୦୨୦-୨୧ ବର୍ଷରେ ପେନସନ ଓ ମେଡିକାଲ ସହାୟତା ରାଶି ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking