28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଆଶୁ ଆରୋଗ୍ୟ ପାଇଁ ବ୍ୟାସନଗର ଯୁବମୋର୍ଚ୍ଚାର ପ୍ରାର୍ଥନା

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଆଶୁ ଆରୋଗ୍ୟ ପାଇଁ ବ୍ୟାସନଗର ଯୁବମୋର୍ଚ୍ଚାର ପ୍ରାର୍ଥନା

ଯାଜପୁର: ଭାରତୀୟ ଜନତା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ତିର୍ତ୍ତୋଲ ଉପନିର୍ବାଚନରେ ରଘୁନାଥପୁର ବ୍ଲକ ଦାୟିତ୍ୱରେ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ କରୋନା ଆକ୍ରାନ୍ତ ବୋଲି ନିଜେ ସୂଚନା ଦେଇଥିଲେ । ସେ କରୋନା ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଆଶୁ ଆରୋଗ୍ୟ ପାଇଁ ବ୍ୟାସନଗର ପୌରପରିଷଦ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମା” ଭାରତୀ ଓ ମା” ବିରଜାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବ୍ୟାସଦେବ ମଣ୍ଡଳର ଅନେକ ଯୁବମୋର୍ଚ୍ଚା କର୍ମୀ ଏକତ୍ରିତ ହୋଇ ତାଙ୍କ ସୁସ୍ଥ ,ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।
ଭାରତୀୟ ଜନତା ପାର୍ଟି କୋରେଇ ନିର୍ବାଚନମଣ୍ଡଳୀର ନେତା ବିଶ୍ୱଜିତ୍ ନାୟକଙ୍କ ନେତୃତ୍ବରେ ବ୍ୟାସନଗର ପୌରପରିଷଦରେ ଦଳୀୟ ସଂଗଠନ ସୁଦୃଢ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭବିଷ୍ୟତରେ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ଆଜି ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ ଙ୍କ ଅଧ୍ୟକ୍ଷତାରେ ଛାମୁଆଁ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ୱାର୍ଡ଼ ରେ ଦଳୀୟ ସଂଗଠନ ସୁଦୃଢ , ୱାର୍ଡର ସମସ୍ୟା, ବ୍ୟାସନଗର ପୌରପରିଷଦର ହେଉଥିବା ବିଭିନ୍ନ ଅନିୟମିତତା, ରାସନ୍ କାର୍ଡ , ସ୍ୱଚ୍ଛ ଭାରତ ଅଭିଯାନ ରେ ପାଇଖାନା ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରା ନ ଯିବା ଆଦି ଅନେକ କ୍ଷେତ୍ରରେ ବିଶଦ ଭାବେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ପ୍ରମୋଦ ନାୟକ, ଜିଲ୍ଲା ପ୍ରତିନିଧି ନିରଞ୍ଜନ ଘଡ଼େଇ, ନିର୍ବାଚନମଣ୍ଡଳୀ ସଂଯୋଜକ ବିକ୍ରମ କେଶରୀ ବିଶ୍ଵାଳ, ବ୍ୟାସଦେବ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଶିଷ ଦାସ, ଶର୍ମିଲା ଦେଓ, ଅନିତା ପାତ୍ର, ସରୋଜ ଦେ, ସିଦ୍ଧାର୍ଥ ବିଶ୍ଵାଳ, ବିଶ୍ୱଜିତ୍ ରାଉତ, ଗଣେଶ ମାଝୀ, ତରୁଣ ଦାସ, ପ୍ରତାପ ଦାସ, ଦେବାଶିଷ ପାଣିଗ୍ରାହୀ, ସୌମ୍ୟରଞ୍ଜନ ନାୟକ, ଦୀପକ୍ ସେନଗୁପ୍ତା, ଦେବରାଜ ମହାରଥୀ, ଶିବାନନ୍ଦ ଦାଶ, ଆଲୋକ ସାମଲ, ଭୁବନ ଦାସ, ରାଜେଶ ପାତ୍ର, ଅଶ୍ଵିନୀ ଧଳ, ମାଇଉଦ୍ଦିଁନ୍ ଅନସାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking