ଯାଜପୁର ଜିଲ୍ଲା ଲେଖିକା ସଂସଦ ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ଏନ୍.ସି ହାଇସ୍କୁଲ ସନ୍ନିକଟ ଆଦିବାସୀ ବସ୍ତି ଠାରେ ଆଜି ସକାଳେ”ଯାଜପୁର ଜିଲ୍ଲା ଲେଖିକା ସଂସଦ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶତାଧିକ ଦୀନ ମଜୁରିଆ ବ୍ୟକ୍ତବିଶେଷଙ୍କୁ ସଂସଦ ତରଫରୁ ମାସ୍କ୍ , ସାନିଟାଇଜର, ସାବୁନ୍ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା।ସଂସଦ ର ସଭାପତି ଶ୍ରୀମତୀ ହିରଣ୍ମୟୀ ମହାନ୍ତି, ସମ୍ପାଦିକା ବ୍ରଜେଶ୍ୱରି ସିଂହ, ଲେଖିକା ସଂସଦ ମୁଖପତ୍ର”ପୂର୍ବରାଗ”ର ସମ୍ପାଦିକା ଅଧ୍ୟାପିକା ରୀନା ମହାପାତ୍ର କାର୍ଯୟକ୍ରମ କୁ ପରିଚାଳନା କରିଥିଲେ।କୋଷାଧ୍ୟକ୍ଷା ଶକୁନ୍ତଳା ଦାଶ , ଅଧ୍ୟାପିକା ମାଙ୍ଗଲିକା ଦାସ, ପ୍ରତିଭା ପାତ୍ର,ଧରିତ୍ରୀ ଦାସ,ଅଶାନ୍ତି ସାମଲ, ମଧୁସ୍ମିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ, ଜ୍ଞାନ ରଞ୍ଜନ ରାଉତ ,ଜ୍ଞାନ ରଞ୍ଜନ ଓଝା,ମହେଶ୍ୱର ନାୟକ , ୟୁଥମାସ୍ କ୍ଳବ୍ ର ସଭାପତି ରାଜେଶ କୁମାର ରାଉତ, ତବିନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହିପରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here