40.1 C
Bhubaneswar
Thursday, April 25, 2024
Homeଓଡିଶା୭୦ ଲକ୍ଷ ଟଙ୍କାର ବାଣ ଜବତ

୭୦ ଲକ୍ଷ ଟଙ୍କାର ବାଣ ଜବତ

ଭୁବନେଶ୍ୱର: ଆସିକା ନଳବଣ୍ଟା ଗାଁରେ ବେଆଇନ ବାଣ କାରଖାନା ଉପରେ ଆଜି ଚଢାଉ କରାଯାଇଛି । ୩ ଟ୍ରକ ଭର୍ତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ପୋଲିସ । ଜବତ କରିବା ପରେ ପୋଲିସ ତିନିଜଣଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି । ତେବେ ଚଳିତ ବର୍ଷ ବାଣଫୁଟା ଏବଂ ବାଣ ବିକ୍ରି ଉପରେ ସରକାର କରୋନା କାରଣରୁ ରୋକ ଲଗାଇଛନ୍ତି । କରୋନା ସମୟରେ ବାଣ ଫୁଟାଇବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ଗ୍ୟାସ ଯୋଗୁଁ ଶ୍ୱାସକ୍ରିୟାରେ ଏହାର ଖରାପ ପ୍ରଭାବ ପଡିବ । ଯେଉଁଥିପାଇଁ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ନିଷେଧାଦେଶ ସତ୍ତ୍ୱେ ବେଆଇନ ଭାବରେ ବାଣ ବିକ୍ରୟ କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଲାବା ବେହେରା, ଜିତୁ ପ୍ରଧାନ ଏବଂ ରଂଜନ ପ୍ରଧାନ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking