30.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପ୍ରଥମା ଅଷ୍ଟମୀରେ ମହାପ୍ରଭୁଙ୍କ ପାଇଁ ମାମୁଁଘର ଭାର

ପ୍ରଥମା ଅଷ୍ଟମୀରେ ମହାପ୍ରଭୁଙ୍କ ପାଇଁ ମାମୁଁଘର ଭାର

ପୂରୀ : ଜଗତର ନାଥ ଜଗନ୍ନାଥଙ୍କ ମାନବରୁପୀ ଲିଳା ସାରା ବିଶ୍ୱ ପ୍ରସିଦ୍ଧ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରଭୁଙ୍କ ପାଇଁ ମାମୁଁଘରୁ ଆସୁଥବା ଅଷ୍ଟମୀ ଭାର । ଆସନ୍ତା ମଙ୍ଗଳବାର ଦିନ ପ୍ରଥମାଅଷ୍ଟମୀ ଥିବାରୁ ମହାପ୍ରଭୁଙ୍କୁ ପଢୁଁଆ କରିବା ପାଇଁ ନିଆଳି ମାଧବ ମନ୍ଦିରରୁ ଆସୁଛି ଭାର । କଟକର ଏହି ନିଆଳି ମାଧବ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥଙ୍କର ମାମୁଁଘର । ପରମ୍ପରା ଅନୂସାରେ ଏହି ଦିନ ପ୍ରଭୁଙ୍କ ପାଇଁ ଖଣ୍ଡୁଆ ,ଚାଉଳ.ବିରି,ନଡ଼ିଆ ,କଦଳୀ ଆଦି ଆସିଥାଏ । ବହୁ ପୁରାତନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି । ତେବେ ଏହି ପ୍ରଥା ଗତ କିଛି ବର୍ଷ ହେବ ବନ୍ଦ ଥିବାରୁ ଏହାର ପୁନଃ ପ୍ରଚଳନ ପାଇଁ କୀର୍ତ୍ତନ , ଢୋଲ,ମହୁରୀ ବାଜାରେ ପ୍ରଭୁଙ୍କ ପାଇଁ ଭାର ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking