26.1 C
Bhubaneswar
Friday, March 29, 2024
Homeଓଡିଶାଖୋର୍ଦ୍ଧାରେ ଅଗ୍ନିକାଣ୍ଡ

ଖୋର୍ଦ୍ଧାରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଗତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାର ପ୍ରାୟ ୧୦ ବଖରା ଘର ଜଳି ପୋଡି ଯାଇଛି । ଖୋର୍ଦ୍ଧା ବ୍ଲକ ନରଗଡ଼ ପଞ୍ଚାୟତର ହାଡପଦା ଅଞ୍ଚଳରେ ଘଟିଛି ଘଟଣା । ଗତ ବିଲମ୍ଭିତ ରାତିରେ ସେହି ଗାଁ ର ସୁଧୀର ଜେନା, ଧନେଶ୍ୱର ଜେନା, ଗଙ୍ଗାଧର ଜେନା ଆଦି ୫ ପରିବାରର ସମସ୍ତ ଘର ନିଆଁ ଲାଗି ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ପିନ୍ଧା ଲୁଗା ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ । ବିପନ୍ନ ଲୋକମାନେ ଖୋଲା ଆକାଶ ତଳେ ପଡି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking