27.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା ଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘର ପୁଷ୍ପମାଲ୍ୟ ଅର୍ପଣ

ଜିଲ୍ଲା ଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘର ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ : ଜିଲ୍ଲା ଯାତ୍ରା କଳାକାର ଓ କର୍ମଚାରୀ ସଙ୍ଘ ଓଡିଶା ଆନୁକୂଲ୍ୟରେ ନୟାଗଡ ବ୍ଲକ ନଡ଼ିଆଳି ଗ୍ରାମପଂଚାୟତ ନିକଟସ୍ଥ ପଦ୍ମ । ଦେଇପୁର ବେଲପଡ଼ିଆ ଠାରେ ପ୍ରଖ୍ୟାତ ନାଟ୍ୟ ଗୁରୁସ୍ବର୍ଗତ ଜନାର୍ଦନ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଯାତ୍ରା କଳାକାର ଓ କର୍ମ ଚାରି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ସହ ବାବା ବାଲୁଙ୍କେଶ୍ୱରଙ୍କ ପୀଠରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ମୁଖ୍ୟ ଅତିଥି ଭାବରେ ବ୍ଲକ ଉପକ୍ଷଧକ୍ଷ ଶ୍ରୀ ଯୁକ୍ତ ସୁବାଷ ଚନ୍ଦ୍ର କଁଅର ଯୋଗ ଦେଇ ଗୁରୁ ଜନାର୍ଦନ ମିଶ୍ରଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଥିଲେ, ବୈଠକରେ ସନମାନିତ ଅଥିତି ଭାବରେ ସତ୍ୟ ନାରାୟଣ ଦୋରା, ଆକାଶ ମହାପାତ୍ର, ସଦାଶିବ ତ୍ରିପାଠୀ, ଯୋଗ ଦେଇ ବକ୍ତବ୍ୟ ରଖିଥିଲା ବେଳେ ମୁଖ୍ୟ ଅଥିତି ସୁବାଷ ଚନ୍ଦ୍ର କଅଁର କଳାକାର ମାନେ କିପରି ପ୍ରତି ପୋଷଣ ହୋଇ ପରିବାର ଚଳାଇ ପାରିବେ ସେବିଷୟରେ ମତ ବ୍ୟକ୍ତ କରିଥିଲେ ଓ କରୋନା ଯୋଗୁଁ ମଞ୍ଚ ବନ୍ଦ ଥିବାବେଳେ ସରକାର ପୁଣି ଥରେ ମଞ୍ଚ ଖୋଲି ଦେଲେ ସମସ୍ତ କଳାକାର ପୁଣି ଥରେ ଜୀବନଜୀବିକା ନିର୍ବାହ କରିପାରିବେ ବୋଲି କହି ଥିଲେ, ପରବର୍ତୀ ସମୟରେ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ସଙ୍ଘ ପାଇଁ କରିବେ ବୋଲି କହିଥିଲେ ଏ ସଭାକୁ ଗଙ୍ଗାଧର ପଣ୍ଡା ପରିଚାଳନା କରିଥିଲା ବେଳେ ବିଜୟ କୁମାର ବିଶ୍ୱାଳ (ବିଜୁ )ଭାଇ ଧନ୍ୟବାଦ ଅର୍ପଣ କରି କହିଥିଲେ ମୋତେ ମିଳୁ କି ନ ମିଳୁ ଫୁଲ ମାଳି, ମୋତେ ମିଳୁ କି ନ ମିଳୁ କର ତାଳି, ମୁ ନାଚିବି ମୁହଁରେ ରଙ୍ଗ ବୋଳି, ଏକାରେ ବିଜୁ ଭାଇ ଜଣେ ମଞ୍ଚ ଉପସ୍ଥାପକ, ଓ ଜଣେ କଳାକାର ହୋଇ ଥିବାରୁ କଳାକୁ ସନମାନ ଦେଇ କଳକ୍ଷ ରେ ଜନ୍ମ ମୋର କଳା ରେ ଲଭିବି ସମାଧି, କଳକ୍ଷ ହିଁ ମୋକ୍ଷ ମୋର କଳା ହିଁ ସର୍ଵସିଦ୍ଧି, କହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ, ଏହି ସଭାରେ ମୁଖ୍ୟ ଉପଦେଷ୍ଟା ନାରାୟଣ ସାହୁଙ୍କ ସମେତ ଯୋଗେନ୍ଦ୍ର ଲେଙ୍କା, ପରମାନନ୍ଦ ପ୍ରଧାନ, ହୁସେନ ଖାଁ, ଅରୁଣ ପଟ୍ଟନାୟକ, ମୁନା ବିଶ୍ୱାଳ, ସନ୍ତୋଷ ଘଡେଇ, ହରିଶ୍ଚନ୍ଦ୍ର ପାଇକରାୟ, ବାବୁଲି ମିଶ୍ର, ସଂସାରୀ ସାହୁ, ଭ୍ରମ ର ସାହୁ, ପ୍ରଫୁଲ କୁମାର ସାହୁ, ଆକାଶ ମହାପାତ୍ର, ନବୀନ କୁମାର ମହାପାତ୍ର, ସାଇ କ୍ରିଷ୍ଣା ଦାଶ ଯୋଗ ଦେଇ ସଙ୍ଘର ଉର୍ନତି କାମନା କରିଥିଲା ବେଳେ ୧୦୦ରୁ ଉର୍ଦ୍ଧ କଳାକାର ଯୋଗ ଦେଇଥିଲେ, ଶେଷରେ ବିଜୟ କୁମାର ବିଶ୍ୱାଳ (ବିଜୁଭାଇ )ଙ୍କୁ ସମ୍ପାଦକ, ଓ ପ୍ରମୋଦ କୁମାର ବେହେରା (କୈଳାଶ )ଙ୍କୁ ସଭାପତି ଓ ମନୋରଞ୍ଜନ ପ୍ରଧାନଙ୍କୁ କୋଷାଧକ୍ଷ, ଓ ଦିଲୀପ କୁମାର ସାହୁଙ୍କୁ ସାଂସ୍କୃତିକ ସମ୍ପାଦକ ରୂପେ କଳାକାର ମାନେ ସଙ୍ଘ ପାଇଁ ନିର୍ବାଚିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking