26.1 C
Bhubaneswar
Wednesday, May 8, 2024
Homeଅପରାଧମୁଖ୍ୟମନ୍ତ୍ରୀ ପଦ ଆଶା ନବଙ୍କ ପାଇଁ ହେଲା କାଳ; ପ୍ରକୃତ ହତ୍ୟାକାରୀ ନାଁ କହିଲେ ପ୍ରଦୀପ...

ମୁଖ୍ୟମନ୍ତ୍ରୀ ପଦ ଆଶା ନବଙ୍କ ପାଇଁ ହେଲା କାଳ; ପ୍ରକୃତ ହତ୍ୟାକାରୀ ନାଁ କହିଲେ ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସ ହତ୍ୟା ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ମୁଖ୍ୟମନ୍ତ୍ରୀ ପଦରେ ବସିବା ଏବଂ ରାଜ୍ୟ ଚଳାଇବା ଆଶା ରକିବା ନବ ଦାସଙ୍କ ପାଇଁ କାଳ ପାଲଟିଛି ବୋଲି କହିଛନ୍ତି ପ୍ରଦୀପ । ନବୀନ ବାବୁଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବେ ସେ ନେଇ ବିବାଦ ଲାଗି ରହିଛି । ତେଣୁ ଏହି ବିବାଦ ହିଁ ନବ ଦାସଙ୍କ ହତ୍ୟାର ମୁଖ୍ୟ କାରଣ ହୋଇଛି ।

ତେବେ ବୟାନ ଭିତରେ ନବଙ୍କୁ ନେଇ ଏକ ବଡ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପୁରୋହିତ । ନବ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ, ଏହାପରେ ବି ଶନି ମନ୍ଦିରକୁ କାହିଁକି ଯାଇଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦ ଆଶାରେ ହିଁ ସେ ଶନିଙ୍କ ପାଖକୁ ଯାଇଥିବା ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ସେ ନବ ଦାସଙ୍କ ପ୍ରକୃତ ହତ୍ୟାକାରୀ କିଏ ସେ ନେଇ ମଧ୍ୟ ପ୍ରଦୀପ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ସ୍ୱପ୍ନ ଦେଖୁଛି ସେ ହିଁ ନବଙ୍କ ପ୍ରକୃତ ହତ୍ୟାକାରୀ । ଏମିତିକି ହତ୍ୟା ମାମଲାର ସିଧା ଆରୋପ ସରକାରଙ୍କ ଉପରେ ଆଣିଛନ୍ତି ପ୍ରଦୀପ । ନବଙ୍କ ହତ୍ୟା ଏକ ରାଜନୈତିକ ହତ୍ୟା ଏବଂ ହତ୍ୟାକାରୀକୁ ସରକାର ଜାଣି ଜାଣି ସୁରକ୍ଷା ଦେଉଥିବା ପ୍ରଦୀପ ବୟାନରେ କହିଛନ୍ତି । ତେଣୁ ବିଜେପି ନବଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking