28.1 C
Bhubaneswar
Saturday, April 27, 2024
Homeଭାଲେଣ୍ଟାଇନ ଦିବସସିଙ୍ଗଲ ଲୋକ କେମିତି ପାଳନ କରିବେ ଭାଲେଣ୍ଟାଇନ ଡେ; ଜାଣନ୍ତୁ ଉପାୟ

ସିଙ୍ଗଲ ଲୋକ କେମିତି ପାଳନ କରିବେ ଭାଲେଣ୍ଟାଇନ ଡେ; ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ’ ପାଇଁ ନୂଆ ନୂଆ ପ୍ଲାନ କରିବାରେ ଲାଗିଛନ୍ତି ପ୍ରେମୀ ଯୁଗଳ । ଦିନଟିକୁ ସ୍ପେଶାଲ କରିବା ପାଇଁ ବିଭିନ୍ନ ସରପ୍ରାଇଜ ମଧ୍ୟ ପ୍ଲାନ କରୁଛନ୍ତି । ଲଭ ବାର୍ଡସ ଏହି ଦିନ ପରସ୍ପରକୁ ଗିଫ୍ଟ ଦେଇ ଏହାକୁ ପାଳନ କରନ୍ତି । କିନ୍ତୁ ଅନ୍ୟ ପଟେ ସିଙ୍ଗଲ ଯୁବକ-ଯୁବତୀ ଏହି ଦିନଟିକୁ କାହା ସହ ପାଳନ କରିବେ? ତେବେ ସେମାନଙ୍କ ପାଇଁ ଏହି ଦିନକୁ ପାଳନ କରିବାର ସବୁଠୁ ଭଲ ଏବଂ ସୁନ୍ଦର ଉପାୟ ।

ସିଙ୍ଗଲ ଯୁବକମାନେ ଏହି ଦିନ ନିଜ ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ଏହି ଦିନକୁ ଉପଭୋଗ କରିପାରିବେ । ଭାଲେଣ୍ଟାଇନର ଅର୍ଥ ପ୍ରେମ, ତେବେ ଏହି ପ୍ରେମର ଦିବସକୁ କୌଣସି ଯୁବତୀ ପତ୍ନୀ, ସାଙ୍ଗସାଥୀ କିମ୍ବା ପରିବାର ସହ ମଧ୍ୟ ପାଳନ କରାଯାପାରେ । ସେମାନଙ୍କ ପାଇଁ ଯେଉଁ ପ୍ରକାରର ପ୍ରେମ ରହିଛି ସେସବୁ ପାଇଁ ଏହି ଦିନକୁ ସ୍ମରଣୀୟ କରିବା ଏକ ସୁନ୍ଦର ଉପାୟ ହେବ । ନିଜର ପ୍ରିୟଜନଙ୍କୁ ଏକତ୍ର କରି ପରସ୍ପର ପ୍ରତି ପ୍ରେମ ଏବଂ ଭଲ ପାଇବା ବାଣ୍ଟିବାର ମୁହୂର୍ତ୍ତ ମଧ୍ୟ ସୃଷ୍ଟି କରାଯାଇପାରିବ । ଏହି ମୁହୂର୍ତ୍ତ ଅନ୍ୟ ସମସ୍ତଙ୍କର ଭାଲେଣ୍ଟାଇନ ଡେ’ ସେଲିବ୍ରେସନରୁ ଖୁବ ଭିନ୍ନ ଉଦାହରଣ ହୋଇପାରିବ । ଏହାବ୍ୟତୀତ ଭାଲେଣ୍ଟାଇନ ଡେ’ ନିର୍ଦ୍ଦିଷ୍ଟ ଭାବରେ ପ୍ରେମୀ ଯୁଗଳ ବା ଦମ୍ପତ୍ତିମାନଙ୍କ ପାଇଁ ବୋଲି କୁହାଯାଇତାଏ । କିନ୍ତୁ ସିଙ୍ଗଲମାନଙ୍କ ପାଇଁ ଏପରି କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଦିନ ନଥାଏ ଯେଉଁଥିରେ ସେମାନେ ଏହାକୁ ପାଳନ କରିବେ ।

ତେବେ ସିଙ୍ଗଲମାନେ ବିଭିନ୍ନ ଉପାୟରେ ଏହାକୁ ସ୍ମରଣୀୟ କରିପାରିବେ । ଏକାକୀ କୌଣସି ଏକ ସ୍ଥାନକୁ ବୁଲିବା ପାଇଁ ଯାଇପାରିବେ, କୌଣସି ଫିଲ୍ମ ଦେଖିବା ସହ କଫି ପିଇବାକୁ ମଧ୍ୟ ଯାଇପାରନ୍ତି । ସେହିପରି ଘରେ ଏକ ପାର୍ଟିର ଆୟୋଜନ କରିପାରିବେ କିମ୍ବା ବାହାର ସ୍ଥାନକୁ ପିକନିକ ପାଇଁ ପ୍ଲାନ କରିପାରିବେ ସିଙ୍ଗଲମାନେ । ଏଭଳି ବିଭିନ୍ନ ଉପାୟରେ ସିଙ୍ଗଲ ଯୁବକ ଯୁବତୀ ଭାଲେଣ୍ଟାଇନ ଡେ’କୁ ସେଲିବ୍ରେଟ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking