27.1 C
Bhubaneswar
Friday, March 29, 2024
Homeଭାଲେଣ୍ଟାଇନ ଦିବସଭାଲେଣ୍ଟାଇନ ଡେ’ ସହ ମହୁର ରହିଛି ନିବିଡ ସମ୍ପର୍କ; ଜାଣନ୍ତୁ ଅକୁହା କଥା

ଭାଲେଣ୍ଟାଇନ ଡେ’ ସହ ମହୁର ରହିଛି ନିବିଡ ସମ୍ପର୍କ; ଜାଣନ୍ତୁ ଅକୁହା କଥା

ନୂଆଦିଲ୍ଲୀ: ଫେବୃଆରୀ ୧୪- ଭାଲଣ୍ଟାଇନ ଡେ, ସାରା ଦେଶରେ ଏହାକୁ ପ୍ରେମର ଦିବସ ବୋଲି ବିବେଚନା କରାଯାଏ । ପ୍ରେମକୁ ଏକ୍ସପ୍ରେସ କରିବା ପାଇଁ ଏହା ସବୁଠୁ ଭଲ ଦିନ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ଭାଲେଣ୍ଟାଇନ ଡେ’ ଏବଂ ମହୁ ଭିତରେ ରହିଛି ଗଭୀର ପ୍ରେମ ।

ମହୁ ଭଳି ମିଠା ଏବଂ ଭିନ୍ନ ଖାଦ୍ୟ ଉତ୍ପାଦନ ପ୍ରସ୍ତୁତ କରି ଆମର ଇକୋସିଷ୍ଟମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ମହୁମାଛି । ପୂର୍ବରୁ ମହୁକୁ ପ୍ରେମ, ମଧୁରତା ସହ ଜଡିତ ଥିଲା ଯାହା ଭାଲେଣ୍ଟାଇନ ଡେ’ର ପ୍ରକୃତ ପ୍ରତୀକ ବୋଲି କୁହାଯାଇଥିଲା । ମହୁର ଔଷଧୀୟ ଗୁଣକୁ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା । ସେଣ୍ଟ ଭାଲେଣ୍ଟାଇନ ବିବାହ ଏବଂ ପରିବାରକୁ ସୁରକ୍ଷା ଦେବା ଏବଂ ପ୍ରେମର ପ୍ରତୀକ ଭାବେ ପରିଚିତ ହେଲେ ।

ଯଦିଓ ଭାଲେଣ୍ଟାଇନ ଡେ କହିଲେ ଚକୋଲେଟ ଟ୍ରିଟ ହିଁ ମୁଖ୍ୟ ବୋଲି ବିବେଚନା ହୁଏ, କିନ୍ତୁ ଏମିତି ଅନେକ ପୁରୁଣା ମିଠା ଅଛି ଯାହାର ରୋମାଣ୍ଟିକ ଛୁଟି ଦିନ ସହ ସମ୍ପର୍କ ରହିଛି । ରୋମ ସମ୍ରାଟ, ଦ୍ୱିତୀୟ ସମ୍ରାଟ କ୍ଲାଉଡିୟସଙ୍କର ବିଶ୍ୱାସ ଥିଲା ଯେ, ଅବିବାହିତ ବ୍ୟକ୍ତିମାନେ ଭଲ ସୈନ୍ୟ ପ୍ରସ୍ତୁତ ହୋଇପାରିବେ । ତେଣୁ ସେ ବିବାହ ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ । କିନ୍ତୁ ସେଣ୍ଟ ଭାଲେଣ୍ଟାଇନ ଗୁପ୍ତ ଭାବରେ ବିବାହ କରି ନେଇଥିଲେ । ତେବେ ଧରା ପଡିଯିବାରୁ ତାଙ୍କୁ କାରାଦେଶ ହୋଇଥିଲା । ତେବେ ସେଠାରେ ସେ ଜେଲରମାନଙ୍କ ସହ ଖ୍ରୀଷ୍ଟିଆନ ଧର୍ମ ବଣ୍ଟନ କରିବା ସହ ଜେଲରଙ୍କ ଝିଅକୁ ଅନ୍ଧତ୍ୱରୁ ମୁକ୍ତି ଦେଇଥିଲେ । ଶେଷରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । ସେପଟେ ଜେଲରଙ୍କ ଝିଅଙ୍କ ଉଦ୍ଦେଶ୍ୟରେ ମିଳିଥିଲା ‘ୟୋର ଭାଲେଣ୍ଟାଇନ’ ଦସ୍ତଖତ ହୋଇଥିବା ଏକ ନୋଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking