28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଏସଡିଜେଏମ ଙ୍କ ନିକଟରେ ହାଜର

ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଏସଡିଜେଏମ ଙ୍କ ନିକଟରେ ହାଜର

ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରି କରେଇ ଦେବା ନାରେ ବିସ୍ଥାପିତ ଯୁବକଙ୍କ ଠାରୁ ଅର୍ଥ ଠକେଇ ମାମଲାରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କୁ ବ୍ରହ୍ମପୁର ଏସଡିଜେଏମ ଙ୍କ ନିକଟରେ ହାଜର କରାଯାଇଛି । ଅର୍ଥ ଠକେଇ ନେଇ ଗୋପାଳପୁର ବିଧାୟକ ଙ୍କ ନାମରେ  ଗୋଳନ୍ଥରା ଥାନା ରେ ତିନୋଟି ମାମଲା ରୁଜୁ ହୋଇଥିଲା । ତେବେ ଏହି ତିନୋଟି ମାମଲା କୁ ଅବଗତ କରାଇବା ପାଇଁ ବିଧାୟକ ଙ୍କୁ ବ୍ରହ୍ମପୁର ଏସଡିଜେଏମ ଜିତେନ୍ଦ୍ରିୟ ପାଣିଗ୍ରାହୀ ଙ୍କ ନିକଟରେ ହାଜର ହୋଇଛନ୍ତି । ବିଧାୟକ ଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଏବଂ ଦୀପକ ପଟ୍ଟନାୟକ ଓକିଲ ଭାବେ ଲଢୁଛନ୍ତି । ଗୋଳନ୍ଥରା ରେ ତିନୋଟି ମାମଲା ରେ ମୋର କୌଣସି ସଂପୃକ୍ତି ନଥିବା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ମାଜିଷ୍ଟ୍ରେଟଙ୍କ ଆଗରେ ସଫେଇ ଦେଇଥିଲେ । ତାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ବେଳେ ଅଯଥାରେ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ । ତେବେ ବ୍ରହ୍ମପୁର ଆଣିବା ପରେ ତାଙ୍କୁ ଖାଇବାକୁ ଦିଆଯାଇଥିବା ସେ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking