40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନିଜ ଝିଅକୁ କଣ ପାଇଁ ବିବାହ କରିଥିଲେ ବ୍ରହ୍ମା

ନିଜ ଝିଅକୁ କଣ ପାଇଁ ବିବାହ କରିଥିଲେ ବ୍ରହ୍ମା

ଭୁବନେଶ୍ୱର: ହିନ୍ଦୁ ଧର୍ମର ଦୁଇଟି ଗ୍ରନ୍ଥ ସରସ୍ୱତୀ ପୁରାଣ ଓ ମତସ୍ୟ ପୁରାଣରେ ବ୍ରହ୍ମା ନିଜ ପୁତ୍ରୀ ସରସ୍ୱତୀଙ୍କୁ ବିବାହ କରିବା ପ୍ରସଙ୍ଗ ରହିଛି । ଫଳସ୍ୱରୂପ ଧରିତ୍ରୀରେ ପ୍ରଥମ ମାନବ ମନୁଙ୍କର ଜନ୍ମ ହୋଇଥିଲା । ହେଲେ ବ୍ରହ୍ମା ନିଜ ଝିଅ ସରସ୍ୱତୀଙ୍କ ସହ ବିବାହ ଭଳି ନିନ୍ଦନୀୟ କାମ କାହିଁକି କରିଥିଲେ, ଚାଲନ୍ତୁ ଜାଣିବା । ତେବେ ସରସ୍ୱତୀ ପୁରାଣ ଓ ମତସ୍ୟ ପୁରାଣରେ କିଛି ଅନ୍ତର ରହିଛି । ସରସ୍ୱତୀ ପୁରାଣ ଅନୁସାରେ, ସୃଷ୍ଟିର ରଚନା କରିବା ସମୟରେ ବ୍ରହ୍ମା ବୀର୍ଯ୍ୟରୁ ସିଧାସଳଖ ସରସ୍ୱତୀଙ୍କୁ ଜନ୍ମ ଦେଇଥିଲେ । ସେଥିପାଇଁ ସରସ୍ୱତୀଙ୍କର କେହି ମା ନଥିବା କୁହାଯାଏ । କେବଳ ପିତା ବ୍ରହ୍ମା ହିଁ ଅଛନ୍ତି । ସରସ୍ୱତୀଙ୍କୁ ବିଦ୍ୟାର ଦେବୀ କୁହାଯାଏ । ବିଦ୍ୟାର ଏହି ଦେବୀ ସୁନ୍ଦର ଓ ଆକର୍ଷଣୀୟ ଥିଲେ । ସେଥିପାଇଁ ସ୍ୱୟଂ ବ୍ରହ୍ମା ମଧ୍ୟ ତାଙ୍କ ଆକର୍ଷଣକୁ ବର୍ତିପାରିନଥିଲେ । ପରେ ତାଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ କରିବାକୁ ବିଚାର କରିଥିଲେ । ପିତାଙ୍କ ଏମିତି ଭାବନାରୁ ରକ୍ଷା ପାଇବା ପାଇଁ ସରସ୍ୱତୀ ଚାରି ଦିଗରେ ଲୁଚିବାକୁ ସ୍ଥାନ ଖୋଜିଲେ । ହେଲେ ତାଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଥିଲା । ସେଥିପାଇଁ ବାଧ୍ୟ ହୋଇ ସେ ନିଜ ପିତାଙ୍କୁ ବିବାହ କରିଥିଲେ । ବ୍ରହ୍ମା ଓ ସରସ୍ୱତୀ ଗୋଟିଏ ଜଙ୍ଗଲରେ ଶହେ ବର୍ଷ ପର୍ଯ୍ୟନ୍ତ ପତିପତ୍ନି ହୋଇ ରହିଲେ । ଏମାନଙ୍କର ଏକ ପୁତ୍ର ମଧ୍ୟ ହୋଇଥିଲା । ଯାହାର ନାଁ ହେଲ ସ୍ୱୟଂଭୁ ମନୁ ।
ମତସ୍ୟ ପୁରାଣ ଅନୁସାରେ, ବ୍ରହ୍ମାଙ୍କର ୫ଟି ମୁଣ୍ଡ ଥିଲା । ସୃଷ୍ଟି ରଚନା କରୁଥିବା ସମୟରେ ସମଗ୍ର ବ୍ରହ୍ମାଣ୍ଡରେ ସେ ହିଁ ଏକା ଥିଲେ । ଆଉ ନିଜ ମୁହଁରୁ ସେ ସରସ୍ୱତୀଙ୍କୁ ଉତ୍ପନ୍ନ କରିଥିଲେ । ବ୍ରହ୍ମା ନିଜେ ତିଆରି କରିଥିବା ରଚନାରେ ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଥିଲେ । ବ୍ରହ୍ମାଙ୍କୁ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ସରସ୍ୱୀତ ଚାରି ଦିଗରେ ଲୁଚିବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ । ଶେଷରେ ସେ ଆକାଶରେ ଲୁଚିଥିଲେ । ହେଲେ ୫ଟି ମୁଣ୍ଡ ମାଧ୍ୟମରେ ବ୍ରହ୍ମା ତାଙ୍କୁ ଆକାଶରେ ଖୋଜି ପାଇଗଲେ ଓ ସୃଷ୍ଟି ରଚନାରେ ତାଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ । ସରସ୍ୱତୀଙ୍କୁ ବିବାହ କରିବା ପରେ ସର୍ବପ୍ରଥମେ ମନୁଙ୍କର ଜନ୍ମ ହୋଇଥିଲା । ବ୍ରହ୍ମା ଓ ସରସ୍ୱତୀଙ୍କ ଏହି ସନ୍ତାନ ମନୁ ପୃଥିବୀରେ ପ୍ରଥମ ମାନବ ଭାବରେ ଜନ୍ମ ଗ୍ରହଣ କରିଥିବା କୁହାଯାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking