28.1 C
Bhubaneswar
Saturday, April 27, 2024
Homeଓଡିଶାରୋଗ ଯନ୍ତ୍ରଣାରେ ଛଟପଟ ବୁଦ୍ଧିଆ, ସହାୟତା ନିବେଦନ

ରୋଗ ଯନ୍ତ୍ରଣାରେ ଛଟପଟ ବୁଦ୍ଧିଆ, ସହାୟତା ନିବେଦନ

ନୟାଗଡ଼ : ପେଟର ତଳ ଭାଗରେ ଅସ୍ୱାଭାବିକ ଭାବେ ମାଂସ ବଡୁଛି । ମାଂସ ବୃଦ୍ଧି ଯୋଗୁଁ ପେଟରେ ଯନ୍ତ୍ରଣା ହେଉଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରୁଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ଅଭାବ ସାଜିଛି । ଫଳରେ ଯନ୍ତ୍ରଣାରେ ଭାଗ୍ୟକୁ ଆଦରି ଘରେ ପଡ଼ିରହିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମର ବୁଦ୍ଧିଆ ପଣ୍ଡା (୫୦) ଙ୍କ କ୍ଷେତ୍ରରେ । ବୁଦ୍ଧିଆଙ୍କ ପରିବାର କହିଲେ ସ୍ତ୍ରୀ ଶରଧା ପଣ୍ଡା, ଦୁଈ ପୁଅ ଓ ଗୋଟିଏ ଝିଅ, ଝିଅକୁ କଷ୍ଟ ମଷ୍ଟେ କିଛି ଜମି ବିକ୍ରି କରି ବିବାହ କରିଛନ୍ତି । ବଡ଼ ପୁଅ ସନ୍ୟାସୀ ହୋଇଯାଇ ଥିବା ବେଳେ ସାନ ପୁଅ ବେରୋଜଗାର ହୋଇ ଗ୍ରାମରେ ବସିଛି । ପ୍ରାୟ ତିନି ବର୍ଷ ତଳେ ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଘର ଖଣ୍ଡକ ବିକ୍ରି କରି ଏକ ଘରୋଇ ଚିକିତ୍ସାଳୟରେ ଅପରେସନ କରିଥିଲେ । ଏବେ ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ, ଅନ୍ୟର ଏକ ଚାଳ ଘରେ ଆଶ୍ରୟ ନେଇଛନ୍ତି । ପୁଣି ପେଟରେ ମାଂସ ବୃଦ୍ଧି ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଦେଖାଇବାରୁ ଡାକ୍ତରଙ୍କ ପରାମର୍ଶ ଯେ ଅପରେସନ କରିବାକୁ ପଡ଼ି । ପେଟର ମାଂସ ବୃଦ୍ଧି ହେବା ଦିନଠାରୁ କାମଧନ୍ଦା କରିପାରୁନାହାନ୍ତି । ଅପରେସନ ପାଇଁ ଟଙ୍କା କୋଉଠୁ ଆଣିବେ ବୋଲି କହିଛନ୍ତି । ଯଦି ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବା କୌଣସି ଅନୁଷ୍ଠାନ ତରଫରୁ ସାହାଯ୍ୟ ସହଯୋଗର ହାତ ବଢ଼ାନ୍ତେ ତେବେ ତାଙ୍କର ଉନ୍ନତ ଚିକିତ୍ସା ସମ୍ଭବ ପର ହୋଇପାରନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking