ଅଶ୍ଳୀଳ ଫଟୋ ଭାଇରାଲ୍ କରି ଜେଲ୍‌ଗଲେ ଯୁବକ

arrested

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଜଣେ ଯୁବକ ଏକତରଫା ପ୍ରେମକରି ଜେଲ ଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବାଲିପୋଖରୀ ଅଞ୍ଚଳର ଜଣେ ଯୁବକ ପଡୋଶୀ ଗ୍ରାମର ଜଣେ ନାବାଳିକା ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣକ ଯାଜପୁର ସହରର ଏକ କଲେଜରେ ଅଧ୍ୟୟନ କରୁଥିବାବେଳେ ଯୁବକ ଜଣକ ତାଙ୍କ ସହିତ ସମ୍ପର୍କରେ ଯୋଡି ହୋଇ ପ୍ରେମ ନିବେଦନ କରିଥିଲେ । ଏପରିକି ତାଙ୍କୁ ବାହାହେବା ପାଇଁ ଜିଦ୍ ଧରି ବିଭିନ୍ନ ଧମକ ଚମକ ଦେଇଥିଲେ ।

ଏଥିରେ ଯୁବତୀ ଜଣକ ରାଜି ନହେବାରୁ ପ୍ରେମିକ ଜଣକ ଉତ୍‌କ୍ଷିପ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରିଥିଲେ । ଯୁବତୀଙ୍କ ମାଆ ବାପାଙ୍କୁ ମଧ୍ୟ ଯୁବକ ଜଣକ ହତ୍ୟା ଧମକ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଘଟଣାକ୍ରମକୁ ନେଇ ପୁଲିସ ନିକଟରେ ଲିଖିତ ଭାବେ ଅଭିଯୋଗ ହେବାପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଆଜି ଅଭିଯୁକ୍ତ ଯୁବକର ଡାକ୍ତରୀମାଇନା ହୋଇଥିବା ବେଳେ ତାକୁ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here