37.1 C
Bhubaneswar
Sunday, May 5, 2024
Homeଓଡିଶାପକ୍କାଘର ସାତସପନ, ଆବାସ ଯୋଜନା କାହା ପାଇଁ

ପକ୍କାଘର ସାତସପନ, ଆବାସ ଯୋଜନା କାହା ପାଇଁ

ଢେଙ୍କାନାଳ: ସରକାର ଗରିବ, ଅସହାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଝାଟିମାଟି ଘରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା କରାଯାଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ମନମୁଖି କାର୍ଯ୍ୟ ଯୋଗୁଁ ଅନେକ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ଗରିବଙ୍କ ପାଇଁ ପକ୍କାଘର ସାତସପନ ହୋଇଥିବାବେଳେ ଆବାସ କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅନିୟମିତତା ଯୋଗୁଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଛନ୍ତି ।

ମହାବିରୋଡ଼ ପଞ୍ଚାୟତରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ପଞ୍ଚାୟତ ମାଧ୍ୟମରେ ଫର୍ମ ‘କ’ରେ ପୂରଣ କରି ବ୍ଲକକୁ ଦେଇଥିଲେ । ପଞ୍ଚାୟତ ସଭ୍ୟମାନେ ଏକ କମିଟି ମାଧ୍ୟମରେ ତଦନ୍ତ କରାଇବାକୁ ଗୃହରେ ନିଷ୍ପତ୍ତି ହୋଇଥିଲା । ମାତ୍ର ବ୍ଲକ ପ୍ରଶାସନ ନିୟମ ଉଲ୍ଲଂଘନ କରି ଦଳୀୟ ଆଧାରରେ ଆବାସ ଗୃହ ବାଣ୍ଟିବା ନେଇ ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀକୁ ଚୟନ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ନାମ ତାଲିକା ଟଙ୍ଗାଯିବା ସହ ୭ଦିନ ମଧ୍ୟରେ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ ତାକୁ ପ୍ରଶାସନ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଚୟନ କରନ୍ତୁ ବୋଲି ବିଜେପି ପକ୍ଷରୁ ଲିଖିତଭାବେ ବିଡିଓଙ୍କୁ ଜଣାଯାଇଥିଲା ।

ଏଥିରେ ବ୍ୟତିକ୍ରମ ହେଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ସଭାପତି ନାଉରୀ ସିଂ ଚେତାବନୀ ଦେଇଛନ୍ତି । ମହାବିରୋଡ ପଞ୍ଚାୟତର ଛେଉଣ୍ଡ ଅବନ୍ତୀ ସାହୁ (୪୭), ଦ୍ରୌପଦୀ ସାହୁ (୪୩)ଙ୍କ ବାପା ୨୫ ବର୍ଷ ତଳେ ମୃତ୍ୟୁବରଣ କରିଥିବାବେଳେ ମା’ ମଧ୍ୟ ମୃତ୍ୟୁବରଣ କରିଥିଲେ । ନିରାଶ୍ରୟ ଦୁଇ ଭଉଣୀ ୫ କେଜି ଚାଉଳ ଓ ଭତ୍ତା ପାଇ ଜୀବନ ବିତାଉଛନ୍ତି । ହେଲେ ଏଥିରେ ପରିବାର ଚଳିବା କଷ୍ଟ । ଏଥିପାଇଁ ୨ ଭଉଣୀ ପରଘରେ ଅଇଁଠା ବାସନ ମାଜି ଚଳୁଛନ୍ତି । ଜୀବନ ବିତାଇବା ପାଇଁ ଭଙ୍ଗା ଦଦରା ଘରେ ଜରିପାଲ ଢାଙ୍କି ମୁଣ୍ଡଗୁଞ୍ଜିଛନ୍ତି । ଅବିବାହିତ ନିରାଶ୍ରୟ ଏହି ୨ ଭଉଣୀଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି । ତୁରନ୍ତ ଏହି ନିରାଶ୍ରୟ ୨ ଭଉଣୀଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking