40.1 C
Bhubaneswar
Thursday, April 25, 2024
Homeଖେଳଭାରତର ନ୍ୟୁଜିଲାଣ୍ଡ ଗସ୍ତ ସ୍ଥଗିତ

ଭାରତର ନ୍ୟୁଜିଲାଣ୍ଡ ଗସ୍ତ ସ୍ଥଗିତ

ଅକଲାଣ୍ଡ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏହି ଗସ୍ତକୁ ସ୍ଥଗିତ ରଖାଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଦୃଷ୍ଟିରୁ ଏହି ଗସ୍ତକୁ ଆସନ୍ତା ବର୍ଷ ଶେଷ ଆଡ଼କୁ ଘୁଞ୍ଚାଇ ଦେଇଛି । ଏହି ଗସ୍ତରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଥିଲା । ଏହି ସିରିଜ୍ ୨୦୨୩ରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ସୁପର୍ ଲିଗ୍‌ର ଅଂଶବିଶେଷ ଥିଲା । ନ୍ୟୁଜିଲାଣ୍ଡ କ୍ରିକେଟ୍ ମୁଖପାତ୍ର ଏହା ସୁନିଶ୍ଚିତ କରିଥିବା ବେଳେ ଉଭୟ ନ୍ୟୁଜିଲାଣ୍ଡ କ୍ରିକେଟ୍ କିମ୍ବା ବିସିସିଆଇ ପକ୍ଷରୁ ଆଧିକାରିକ ଭାବେ ବୟାନ ଆସିନାହିଁ ।

ଭାରତର ଗସ୍ତ ସ୍ଥଗିତ ହେବା ଫଳରେ ବାଂଲାଦେଶ, ନେଦରଲାଣ୍ଡ୍‌ସ ଓ ସାଉଥ୍ ଆଫ୍ରିକାର ନ୍ୟୁଜିଲାଣ୍ଡ ଗସ୍ତ ବାଟ ପରିସ୍କାର ହୋଇଯାଇଛି । ଅବଶ୍ୟ ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ଟିମ୍ ଦୁଇଟି ଟେଷ୍ଟ ଇ ୩ଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ । ବିଶ୍ୱକପ୍ ପରେ ପରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିବ । ଅର୍ଥାତ୍ କିୱି ଖେଳାଳି ଡିସେମ୍ବର ପ୍ରଥମ ସପ୍ତାହ ପୂର୍ବରୁ ସ୍ୱଦେଶ ଫେରିପାରିବେ ନାହିଁ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡରେ କଡ଼ା କ୍ୱାରେଣ୍ଟାଇନ୍ ନିୟମ ଥିବାରୁ ଫେରିବା ପରେ ସେମାନଙ୍କୁ ୧୪ ଦିନି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ଫଳରେ ଖେଳାଳିମାନେ ନିଜ ପରିବାର ସହ ସମୟ କଟାଇ ପାରିବେ ନାହିଁ । ନ୍ୟୁଜିଲାଣ୍ଡ କ୍ରିକେଟ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ହ୍ୱାଇଟ୍ କହିଛନ୍ତି, ଖେଳାଳି ଦୀର୍ଘ କାର୍ଯ୍ୟକ୍ରମ ପରେ ଘରକୁ ଫେରୁଥିବାରୁ ପରିବାର ସହ ସମୟ କାଟିବା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking