28.1 C
Bhubaneswar
Sunday, April 28, 2024
Homeଅପରାଧପୁଣି ରାଜନୈତିକ ଶତ୍ରୁତାକୁ ନେଇ ଗଡ଼ିଲା ମୁଣ୍ଡ

ପୁଣି ରାଜନୈତିକ ଶତ୍ରୁତାକୁ ନେଇ ଗଡ଼ିଲା ମୁଣ୍ଡ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ଘଟିଥିବା ମର୍ଡର ଘଟଣାରେ ତଦନ୍ତ କରିବା ପାଇଁ ପୋଲିସ ଜାରୀ ରଖିଥିବା ବେଳେ ଆଜି ବ୍ରହ୍ମପୁର ଏସପି ପହଞ୍ଚି ସମସ୍ତ ଘଟଣାକୁ ପରିବାର ଲୋକଙ୍କ ଠାରୁ ବୁଝିଛନ୍ତି । ଆସାମୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ନଅ ଟା ବେଳେ ନବରଙ୍ଗପୁର ଗାଁ ରେ ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀରେ ସେହି ଗାଁ ର ଯୁବକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ଦୁଇ ଜଣଙ୍କୁ ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାବୁ ଗୌଡ଼ର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ଗୁରୁତର ପ୍ରଦୀପ ସାହୁ ଚିକିତ୍ସିତ ହେଉଛନ୍ତି । ପଞ୍ଚଯାତ ନିର୍ବାଚନ ସମୟରେ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସଇତାନ୍ ସ୍ୱାମୀ: ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking