28.3 C
Bhubaneswar
Sunday, May 12, 2024
Homeଅପରାଧସଇତାନ୍ ସ୍ୱାମୀ: ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

ସଇତାନ୍ ସ୍ୱାମୀ: ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

ମୟୁରଭଞ୍ଜ : ଆଜି ପବିତ୍ର ସାବିତ୍ରୀ ବ୍ରତ । ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍‌ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ । ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ ସଧବା ଆଜିର ଦିନରେ ଅତି ନିଷ୍ଠାର ସହ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ କରିଥାନ୍ତି । ସବୁ ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ବିଶେଷ ପର୍ବ ।

ସଧବା ନାରୀ ଆଜି ପ୍ରାତଃରୁ ଉଠି ସ୍ନାନ ସାରି ବଟ ବୃକ୍ଷକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି । କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଅସୁରା ଗାଁ ଖଡ଼ିଆ ସାହିରେ ଦେଖିବାକୁ ମିଳିଛି ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ,ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ । କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀ ଜଣକ ହେଉଛି କାଲି ଦେହୁରୀ । ହତ୍ୟା କରିବା ପରେ ଘଟଣା ସ୍ଥାନରୁ ସ୍ୱାମୀ ଭରତ ଦେହୁରୀ ଫେରାର ହେଇଯାଇଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking