27.1 C
Bhubaneswar
Wednesday, May 8, 2024
Homeଓଡିଶାପୁଲିସ-ଗ୍ରାମବାସୀ ମୁହାଁ ମୁହିଁ

ପୁଲିସ-ଗ୍ରାମବାସୀ ମୁହାଁ ମୁହିଁ

ଦେବଗଡ଼ : ଏକ ମାମଲାର ତଦନ୍ତ ପାଇଁ ଅଭିଯୁକ୍ତଙ୍କ ଗ୍ରାମକୁ ଯାଇଥିବା ପୁଲିସ ଟିମ ସହ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ବାରକୋଟ ଥାନା ଅନ୍ତର୍ଗତ ନେତ୍ରବାହାଲ ଗ୍ରାମରେ ଘଟିଛି। ସୂଚନାନୁଯାୟୀ, ଗତ ୧୧ ତାରିଖ ନେତ୍ରାବାହାଲ ଗ୍ରାମର କେତେକ ଯୁବତୀ ଜଳଯୋଗାଣ ପାଇପଠାରେ ଗାଧୋଉଥିବା ସମୟରେ ଉକ୍ତ ଗ୍ରାମର ଖଗେଶ୍ୱର ନାୟକଙ୍କ ପୁଅ ନବୀନ ନାୟକ ନିଶାସକ୍ତ ଅବସା୍ଥରେେ ସେଠାକୁ ଆସି ଅଶ୍ଳୀଳ ଇଙ୍ଗିତ କରିଥିଲା। ଯୁବତୀମାନେ ଏହାର ପ୍ରତିବାଦ କରିବାରୁ ନବୀନ ଉକ୍ତ ପାଣି ପାଇପ ଭାଙ୍ଗିବା ସହ ବାଲଟି, ଡେକଚି ଆଦିକୁ ଫିଙ୍ଗା ଫୋପଡ଼ା କରଥିଲା। ଏହା ଦେଖି ଉକ୍ତ ଗ୍ରାମର ଘନଶ୍ୟାମ ମାହାନ୍ତ (୪୦) ମାତାଲ ନବୀନକୁ ଗାଁ ଯୁବତୀଙ୍କ ସହ ଏଭଳି ବ୍ୟବହାରରୁ ନିବୃତ ରହିବାକୁ ବୁଝାଇବା ପାଇଁ ଚେଷ୍ଟା କରିବାରୁ ନବୀନ ତାଙ୍କ ଉପରେ ଆକ୍ରମଣ ପାଇଁ ଉଦ୍ୟତ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା ।

ଏହା ଦେଖି ନବୀନର ବାପା ଖଗେଶ୍ୱର ପୁଅକୁ ଘରକୁ ନେଇଯିବା ସହ ଘନଶ୍ୟାମକୁ ଦେଖିନେବାର ଧମକ ଦେଇଥିଲେ। ଏନେଇ ଘନଶ୍ୟାମଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ଉଭୟ ବାପପୁଅ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଥିଲା। ଏଥିରେ ବାପପୁଅ ଘନଶ୍ୟାମକୁ ଧମକ ଦେବାରୁ ୧୨ତାରିଖ ଦିନ ଗ୍ରାମରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଘନଶ୍ୟାମ ଗ୍ରାମର ହୃଷିକେଶ ମାହାନ୍ତ (୪୦), ରମାକାନ୍ତ ମାହାନ୍ତ (୩୨), ପୀଟ୍ରସ ମିଂଜ଼ (୩୦) ଓ ରେଙ୍ଗଟୁ ମାହାନ୍ତ (୫୦)ଙ୍କ ସହ ଖଗେଶ୍ୱରଙ୍କ ଘରକୁ ଯାଇ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ତ୍ରୀ ଓ ୭ମାସର ଗର୍ଭବତୀ ବୋହୁଙ୍କୁ ମାଡ଼ ମାରି ଘରେଥିବା ବାଇକକୁ ଭାଙ୍ଗି ଦେବାସହ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିବା ନେଇ ଖଗେଶ୍ୱର ବାରକୋଟ ଥାନାରେ ପ୍ରତିଅଭିଯୋଗ କରିଥିଲା।

ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଉପରୋକ୍ତ ଗ୍ରାମବାସୀଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। ଏହି ମାମଲାର ତଦନ୍ତ ପାଇଁ ଗତକାଲି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପୁଲିସ ଟିମ ସହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ବହୁ ମହିଳା ଓ ପୁରୁଷ ପୁଲିସ ସହ ମୁହାଁମୁହିଁ ହୋଇ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲେ। ବହୁ ବୁଝାସୁଝା ପରେ ପୁଲିସ ଗ୍ରାମରୁ ବାହାରିଵା ସହ ଘନଶ୍ୟାମ ସହ ଅନ୍ୟଜଣକୁ ଥାନାକୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking