29.1 C
Bhubaneswar
Saturday, April 27, 2024
Homeଓଡିଶାଭୂତକୋଠି ପାଲଟିଲାଣି ଆମ୍ବେଦ୍‌କର ଭବନ

ଭୂତକୋଠି ପାଲଟିଲାଣି ଆମ୍ବେଦ୍‌କର ଭବନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଟାଉନ୍ ଥାନା ନିକଟରେ ରହିଛି ଭାରତ ରତ୍ନ ଡ. ଆମ୍ବେଦକର ଭବନ । ତେବେ ଉକ୍ତ ଭବନଟି ଜିଲ୍ଲା ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠିରେ ପରିଣତ ହେବାକୁ ଯାଉଛି । ଏଥିପ୍ରତି ଦୃଷ୍ଟି ନଥିବାରୁ ଆଗାମୀ ଦିନରେ ମାଟିରେ ବିଶିବାକୁ ଯାଉଛି । ମିଳିଥିବା ସୁଚନାରୁ, ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଓ ଭାରତ ରତ୍ନ ଡ. ଆମ୍ବେଦକର ମେମୋରିିଆଲ ସୋସାଇଟ୍ ର ମିଳିତ ସହଯୋଗରେ ଜିଲ୍ଲାରେ ସ୍ଥାପନ କରାଯାଇଛି ଆମ୍ବେଦକର ଭବନ । ଜିଲ୍ଲା ପ୍ରଶାସନ ତରଫରୁ ଏଥି ପ୍ରତି କୈାଣସି ଦୃଷ୍ଟି ନଥିବା ଦେଖିବାକୁ ମିଳୁଛି । ଏହି ଭବନଟିର ରକ୍ଷଣା ବେକ୍ଷଣ ନହେବା ଯୋଗୁଁ ଆଗାମୀ ଦିନରେ ତାହା ଭୁତକୋଠିରେ ପରିରତ ହେବାକୁ ଯାଉଛି । କାନ୍ଥରୁ କଲର ଛାଡିବା ସହିତ ଘରର ଝରକା ଗୁଡିକ ଭାଙ୍ଗି ଗଲାଣି । ଝରକା ଗୁଡିକରେ ଉଇ ଲାଗି ଅଧା ଅଧା ନଷ୍ଟ ହେଲାଣି । ପାଚେରୀ ଥାଇ ମଧ୍ୟ ଭିତରେ ପଶି ମାଂସ ବିକାଳି ସେଠାରେ ତାଙ୍କ ଆଧିପତ୍ୟ ବିସ୍ତାର କରିବାରେ ଲାଗିଲେଣି । ଭବନ ଭିତରେ ସଫା ସୁତରା କରାନଯିବାରୁ ଉଇ ହୁଙ୍କା ମାଡିଗଲାଣି । ତେଣୁ ଭବନଟିର ଥିବା ଲୁହା ଗ୍ରିଲ୍ ଗୁଡିକ ଜଙ୍କ୍ ଲାଗି ଗଲାଣି । ତେବେ ଉକ୍ତ ଭବନଟିର ମରାମତି କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking