29.1 C
Bhubaneswar
Saturday, April 27, 2024
Homeଓଡିଶାପୁଲିସ୍‌-ମାଓବାଦୀ ଗୁଳି ବିନିମୟ : କ୍ୟାମ୍ପ୍ ଛାଡ଼ି ପଳାଇଲେ ମାଓବାଦୀ

ପୁଲିସ୍‌-ମାଓବାଦୀ ଗୁଳି ବିନିମୟ : କ୍ୟାମ୍ପ୍ ଛାଡ଼ି ପଳାଇଲେ ମାଓବାଦୀ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରୁବନ୍ଧ ଅଂଚଳ ଜଙ୍ଗଲରେ ଶୁକ୍ରବାର ପୁଲିସ୍ ଏସଓଜି ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସକାଳ ଓ ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପଳାଇଛନ୍ତି ।
ଏସପି ପ୍ରତୀକ୍ ସିଂଙ୍କ ସୂଚନା ଅନୁଯାୟୀ, ସୁମେରୁବନ୍ଧ ଅଂଚଳରେ ଥିବା ଜଙ୍ଗଲରେ ମାଓବାଦୀ ଚଳପ୍ରଚଳ ହେଉଥିବା ନେଇ ସୂଚନା ପାଇବା ପରେ ଶୁକ୍ରବାର ଏସଓଜି ଟିମ୍ କମ୍ବିଂ ଅପରେସନ କରିଥିଲା । ଏହି ସମୟରେ ସକାଳ ପ୍ରାୟ ୮ଟା ବେଳେ ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏସଓଜି ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଯବାନଙ୍କ ପ୍ରତି ଆକ୍ରମଣରେ ଭୟଭୀତ ହୋଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡ଼ି ପଳାଇଥିଲେ । ଏହା ପରେ ମଧ୍ୟ ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟାରେ ପୁଣି ମାଓବାଦୀଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିଲା । ସନ୍ଧ୍ୟା ହୋଇ ଯାଇଥିବାରୁ କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଂଚଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ପରେ ଯବାନମାନେ କ୍ୟାମ୍ପ ଉପରେ ଚଢ଼ଉ କରି ମାଓବାଦୀ ଛାଡ଼ି ଯାଇଥିବା ବିପୁଳ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଯବାନମାନେ ସେଠାରୁ ଫେରି ନଥିବାରୁ କଣ ସବୁ ଜବତ ହୋଇଛି ଏବଂ ଏଥିରେ କେହି ମୃତାହତ ହୋଇଛି କି ନାହିଁ ସେ ନେଇ ସୂଚନା ମିଳିବ ବୋଲି ଏସପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking