26.1 C
Bhubaneswar
Friday, March 29, 2024
Homeଅପରାଧଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ 

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ 

ମୟୂରଭଞ୍ଜ: ଶନିବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ  ୩ଲକ୍ଷ ରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ। ଏଭଳି ଘଟଣା ବାରିପଦା ଟାଉନ ଥାନା ଅନ୍ତର୍ଗତ ଦେବେନ୍ଦ୍ରପୁର (ୱାର୍ଡ ନମ୍ବର ୨୨) ଅଞ୍ଚଳରେ ଘଟିଛି। ଏକ ଗ୍ୟାସ ସିଲିଣ୍ଡର ଫାଟିବାରୁ ଘଟିଛି ଅଂଗ୍ନିକାଣ୍ଡ । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ଏକ ଗାଡି ରିପେୟାରିଂ ଗେରେଜରେ ଥିବା ଏକ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିବା ଫଳରେ ଅଗ୍ନିକାଣ୍ଡ ଘଟିଛି । ଜୟନ୍ତ କୁମାର ମଣ୍ଡଳଙ୍କ ଏହି ଗାଡ଼ି ଗେରେଜରେ ଘଟିଥିବା ଅଗ୍ନିକାଣ୍ଡରେ ଗୋଟେ ହେବି କମ୍ପ୍ରେସର ସମେତ ତିନୋଟି ୱେଲଡିଂ ମେସିନ, ୩ଟି ବଡ଼ କଟର ମେସିନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହବ ବୋଲି ଜଣାପଡିଛି ।
ସେହିପରି ବହଳଦା ଥାନା ଦୁନ୍ଦୁ ରୋଡ଼ରେ ଘଟିଛି ଏଭଳି ଅଘଟଣ। ହୁତୁ ହୁତୁ ହୋଇ ଜଳିଗଲା ଜାଇଲୋ ଗାଡି ! ତେବେ ଦୁନ୍ଦୁରେ ଥିବା ଏକ ଗାଡି ଗ୍ୟାରେଜରେ ମରାମତି ପାଇଁ ଦେଇଥିଲେ ଗାଡି ମାଲିକ ! ଗ୍ୟାରେଜରେ ମେକାନିକ ଗାଡ଼ିରେ ୱେଲ୍ଡିଂ କରିବା ସମୟରେ କୌଣସି କାରଣ ବଶତଃ ଗାଡ଼ିରେ ନିଅାଁ ଲାଗି ଯାଇଥିଲା। ଗାଡିଟିକୁ ହୁତୁହୁତୁ ହୋଇ ଜଳୁଥିବା ଦେଖି ପାଖରେ ଥିବା ୱାସିଂ ସେଣ୍ଟର ରୁ ପାଣି ସିଞ୍ଚନ କରି ନିଆଁ କୁ ଆୟତ୍ତ କରା ଯାଇଥିଲା , ସେତେ ବେଳକୁ ଗାଡ଼ିଟି ସମ୍ପୁର୍ଣ୍ଣ ଜଳି ସାରିଥିଲା। ଏନେଇ କୌଣସି ସୂତ୍ରରୁ ଖବରପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking