28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମହିଳା ସହକର୍ମୀଙ୍କୁ ଗୁଳି କରି ନିଜେ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ପୋଲିସ ବାବୁ

ମହିଳା ସହକର୍ମୀଙ୍କୁ ଗୁଳି କରି ନିଜେ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ପୋଲିସ ବାବୁ

ଭୋପାଳ : ଜଣେ ପୋଲିସ ବାବୁ ନିଜର ଜଣେ ମହିଳା ସହକର୍ମୀ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣାଟି ପ୍ରକୃତରେ ମଧ୍ୟ ପ୍ରଦେଶରେ ଘଟିଥିବା ଜଣାଯାଇଛି । ଇନ୍ଦୋର ପୋଲିସ କଣ୍ଟ୍ରୋଲ ରୁମ ଅଧୀନରେ ଏହି ଘଟଣାଟି ଘଟିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ପୋଲିସ ଇନ୍ସପେକ୍ଟର ଜଣଙ୍କ ହାକମ ସିଂହ ପାୱାର ବୋଲି ଚିହ୍ନଟ ହୋଇଛନ୍ତି । ସେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ଏକ ପୋଲିସ ଥାନାରେ ନିଯୁକ୍ତ ହୋଇଥିବା ବେଳେ ଶ୍ୟାମାମାଲା ହିଲ୍ସ ପୋଲିସ ଷ୍ଟେସନର ମୁଖ୍ୟ ଭାବେ ଦାୟିତ୍ୱ ଅତିବାହିତ କରୁଛନ୍ତି । ଗୁଳି ଖାଇବା ପରେ ମହିଳା କର୍ମୀ ଜଣଙ୍କୁ ଚିକିତ୍ସା ପାଇଁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଏବେ ଚିକିତ୍ସା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଜଣାଯାଇଛି । ବିଶେଷ ସୂଚନାରୁ ଜଣାଯାଇଛିଯେ ଆତ୍ମହତ୍ୟା କରିଥିବା ପୋଲିସ ଇନ୍ସପେକ୍ଟର ଓ ସେ ଗୁଳି କରିଥିବା ମହିଳା ସହକର୍ମୀ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବାବଦରେ କହିଛନ୍ତି ଇନ୍ଦୋର ପୋଲିସ କମିଶିନର ହରିନାରାୟଣଚରି ମିଶ୍ର । ଘଟଣାକୁ ନେଇ ଅଧିକ ତଦନ୍ତ ଆଗକୁ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking