35.1 C
Bhubaneswar
Saturday, May 4, 2024
Homeଓଡିଶାଘରକୁ ଯାଇ ଏତଲା ଆଣିବ ପୋଲିସ

ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି । ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଛି । କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ ।
ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ୍ କରି ଜଣାଇବେ । ଫୋନ୍‌ରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ । ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ । ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ପୋଲିସ ଏତଲା ଗ୍ରହଣ କରିବ । ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି ବୋଲି ଡିସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking