27.1 C
Bhubaneswar
Thursday, April 25, 2024
Homeଅପରାଧପରିତ୍ୟକ୍ତ କୂଅରୁ ଯୁବତୀଙ୍କ ଶବ ଉଦ୍ଧାର, ପ୍ରେମଜନିତ ହତ୍ୟା

ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ଶବ ଉଦ୍ଧାର, ପ୍ରେମଜନିତ ହତ୍ୟା

ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଖରମୁଣ୍ଡା ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟର ପରିତ୍ୟକ୍ତ କୂଅରୁ ଜଣେ ୧୬ ବର୍ଷୀୟ ଯୁବତୀଙ୍କ ଶବ ପୋଲିସ୍ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଖରମୁଣ୍ଡା ଗ୍ରାମର ବୋଲି ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ସହ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ପ୍ରେମିକ ହେଲେ ଉକ୍ତ ଗ୍ରାମର ସଂଜୟ ଡନସନା (୨୦) । ଅଭିଯୁକ୍ତକୁ ମଂଗଳବାର ସୋହେଲା କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ପ୍ରକାଶ କରିଛି । ମିଳିଥିବା ସୂଚନାନୁସାରେ ଖରମୁଣ୍ଡା ଗ୍ରାମର ଜଣେ ନାବାଳିକା ଶୁକ୍ରବାର ସଂଧ୍ୟ୍ୟାରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ । ଫଳରେ ଯୁବତୀଙ୍କ ପିତା ଶନିବାର ନିଜର କନ୍ୟା ନିଖୋଜ ଥିବାର ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରବିବାର ସନ୍ଧ୍‌ଯାରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟର ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁ ଥିବାରୁ କିଛି ଲୋକ ସେଠାକୁ ପହଞ୍ଚି ଏକ ଯୁବତୀଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ଖବର ପାଇ ଶବଟିକୁ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ । ସୋମବାର ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ବିଜେପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସିଆଲ, ଏସଆଇ ସୁମିତ୍ରା ମଲ୍ଲିକ ସମେତ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ପରେ ଅଗ୍ନିଶମ ବାହିନୀ ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ଶବକୁ ଉଦ୍ଧାର କରିଥିଲା । ଯୁବତୀଙ୍କ ଶବଟି ଫୁଲି ଯାଇଥିବାବେଳେ ତାର ବେକରେ ଓଢ଼ଣି ଫାଶ ପଡିଥିବା ଦେଖିବାକୁ ମିଳିଥିଲା । ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲ।। । ଏନେଇ ପୋଲିସ୍ କେସନଂ ୭୨/୨୧ରେ ଏକ ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking